Top Stories

Search here...

News

ବିଶ୍ୱର ୨୦ କୋଟି ଲୋକ କରୋନାରେ ସଂକ୍ରମିତ; ଆମେରିକା ପଛକୁ ଭାରତ

Posted On - 1 month ago
Edited By Team BbsrReporters
LAST UPDATED Sep 18, 2021 05:29 AM

କରୋନା ସଂକ୍ରମିତ ହୋଇ ୪୨, ୫୮,୬୯୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ କରୋନାରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

 

BBSR Reporters

 

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ଅତିକ୍ରମ କରି ୨୦୦,୨୬୪,୩୫୬ରେ ପହଞ୍ଚିଛି । ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ ଜଣ ଏବ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏବେ ୧୯୭,୩୬୨,୩୩   ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କୋଭିଡ ୱାର୍ଲଡୋମିଟରରୁ ଏହି ସୂଚନା ମିଳିଛି ।

 

ଯୁକ୍ତରାଷ୍ଟ୍ର ଆମେରିକା କରୋନାଭାଇରସ୍ ସଂକ୍ରମଣ ମାମଲାରେ ବିଶ୍ୱର ସବୁଠୁ ଆଗରେ ରହିଛି । ଏଠାରେ ୩୬,୦୪୯,୦୧୫ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯,୭୫୬,୫୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩୦,୪୯୭ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି । ଏବେ ଆମେରିକାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫,୬୬୧,୯୩୨ ।

 

ଭାରତ ବିଶ୍ୱର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ ମୋଟ  ୩୧,୭୬୭,୯୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିି ।  ଭାରତରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦,୯୨୫,୩୪୮ଜଣ ଆରୋଗ୍ୟ ହୋଇଥିବା ବେଳେ ୪୨୫,୭୮୯ଜଣ ପ୍ରାଣ ହରାଇଛନ୍ତି । ଏବେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ରହିଛି ୪୧୬,୮୨୮ ।

 

କୋଭିଡ୍-୧୯ ସଂକ୍ରମଣର ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ୍ । ସେଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୯,୯୮୬,୦୭୩ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୪୬,୮୬୫ । ଏହା ବ୍ୟତିରେକେ, ବ୍ରାଜିଲ୍ରେ ୫୫୮,୫୯୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

 

କରୋନାଭାଇରସ୍ ମହାମାରୀର ଚତୁର୍ଥ ସ୍ଥାନରେ ରହିଛି ରୁଷ୍ । ରୁଷ୍ରେ ସମୁଦାୟ ୬,୩୩୪,୧୯୫ଜଣ ଆକ୍ରାନ୍ତ ହୋଇଛନ୍ତି, ୫,୬୫୯,୭୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୬୦,୯୨୫ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରୁଷ୍ ପଛକୁ ଯଥାକ୍ରମେ ରହିଛନ୍ତି, ଫ୍ରାନ୍ସ୍, ଇଂଲଣ୍ଡ୍, ତୁର୍କୀ, ଆର୍ଜେଣ୍ଟିନା ସମେତ ବିଶ୍ୱର ୨୧୯ଟି ଦେଶ । ଏବେ କରୋନା ଟିକା ବାହାରିବା ପରେ ସଂକ୍ରମଣ କମୁଥିଲେ ମଧ୍ୟ ଏହି ଭାଇରସକୁ ନେଇ ଏବେବି ଚିନ୍ତା ଲାଗି ରହିଛି ।
 

Related News