Top Stories

Search here...

News

କରୋନାରେ ପ୍ରାଣ ହରାଇଛନ୍ତି ରେଳ ବିଭାଗର ୨,୯୫୨  କର୍ମଚାରୀ: ଅଶ୍ୱିନୀ ବୈଷ୍ଣବ

Posted On - 1 month ago
Edited By Team BbsrReporters
LAST UPDATED Sep 16, 2021 09:07 PM

ଏଥିମଧ୍ୟରୁ ୯୮ ଜଣ ଟିକା ନେଇଥିଲେ ମଧ୍ୟ କରୋନାରେ ସେମାନଙ୍କର ଜୀବନ ଯାଇଛି ବୋଲି   ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ରେଳ ବିଭାଗରେ ମୋଟ୍ ୨,୯୫୨ ଜଣ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ୯୮ ଜଣ ଟିକା ନେଇଥିଲେ ମଧ୍ୟ କରୋନାରେ ସେମାନଙ୍କର ଜୀବନ ଯାଇଛି ବୋଲି  ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି ।


ପ୍ରଶ୍ନର ଉତ୍ତର ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କରୋନାରେ ମୋଟ୍ ୧,୫୭,୪୯୬ ଜଣ ରେଳ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୨,୯୫୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କରୋନା ଟିକା ନେଇଥିଲେ ବୋଲି ସେ କହିଛନ୍ତି ।

 

କାର୍ଯ୍ୟ କ୍ଷେତରେ ପ୍ରାଣ ହରାଉଥିବା କିମ୍ବା ଅସୁସ୍ଥତା କାରଣରୁ କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ରେଳ ବିଭାଗ ତରଫରୁ ତାଙ୍କ ପରିବାର ଲୋକଙ୍କୁ ଚାକିରି ନହେଲେ କ୍ଷତିପୂରଣ ଦେବାକୁ ନିୟମ ରହିଛି । ତେଣୁ ଯେଉଁମାନେ କୋଭିଡରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯାଉଛି ।  ଏଯାବତ ରେଳ ବିଭାଗ କରୋନାରେ ପ୍ରାଣ ହରାଇଥିବା ୨,୯୫୨ ଜଣଙ୍କ ମଧ୍ୟରୁ ୨,୮୫୭ ଜଣଙ୍କୁ ଆର୍ଥôକ ସହାୟତା ଯୋଗାଇ ଦେଇଛନ୍ତି । ସେହିପରି ୧,୯୩୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।

Related News