Top Stories

Search here...

News

ସରକାରୀ  ପୋର୍ଟାଲ ହ୍ୟକ୍ କରି ୫ କୋଟି ଠକେଇ; ୩ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ୍ୟ

Posted On - 1 month ago
Edited By Prabir Kumar
LAST UPDATED Dec 04, 2021 01:02 AM

ନ୍ୟାସନାଲ ସ୍ୱାସ୍ଥ୍ୟ ମିଶନ(ଏନଏଚ୍ଏମ୍ ) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପୋର୍ଟାଲ ହ୍ୟକ୍ କରି ଇ-ଚେକ ମାଧ୍ୟମରେ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲେ ।
 

 

BBSR Reporters

 

 

ଭୁବନେଶ୍ୱର: ନ୍ୟାସନାଲ ସ୍ୱାସ୍ଥ୍ୟ ମିଶନ(ଏନଏଚ୍ଏମ୍ ) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପୋର୍ଟାଲ ହ୍ୟକ୍ କରି ଇ-ଚେକ ମାଧ୍ୟମରେ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ୍ୟ) । ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲାର ସମୀର କୁମାର ପତି, ଭବାନୀପାଟଣାର ରାଜକିଶୋର ନାୟକ ଏବଂ ପିପିଲିର ଅନନ୍ତ ଚରଣ ପ୍ରଧାନ । 
ଆଇପିସି ଧାରା ୪୨୦, ୪୬୭, ୧୨୦ବି ଏବଂ ଆଇଟି ଆକ୍ଟର ସେକ୍ସନ ୬୬(ସି), (ଡି)ରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ଇଓଡବ୍ଲୁ୍ୟ । ତେବେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୩ କୋଟି ସମ୍ପତ୍ତିକୁ ଇଓଡବ୍ଲୁ୍ୟ ଅଚଳ କରିଥିବା ନେଇ ସୂଚନା ଦେଇଛି ।

 

 


ଇଓଡବ୍ଲୁ୍ୟ ସୂଚନା ମୁତାବକ, ଅଭିଯୁକ୍ତ ରାଜକିଶୋର ୨୦୧୬ରୁ ୨୦୨୦ ଯାଏ ସୋନପୁର ଏନଏଚ୍ଏମର ଜଣେ ଆକାଉଣ୍ଟାଟ ଭାବେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ମାର୍ଚ୍ଚ ୨୦୨୧ରେ ଅଭିଯୁକ୍ତ ରାଜକିଶୋର ଏବଂ ତାଙ୍କର ଦୁଇ ସହଯୋଗୀ ମିଶି ଏନଏଚ୍ଏନ୍ ପୋର୍ଟାଲକୁ ହ୍ୟାକ କରି ଇ-ଚେକ୍ ବାହାର କରିଥିଲେ । ପରେ ସୋନପୁର ଏଡିଏମଓ ଏବଂ ସିଡିଏମଓଙ୍କ ଜାଲ ସିଲ କରି ଚେକ ମାଧ୍ୟମରେ ମୋଟ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଏମଏସ୍ ନ୍ୟାଚୁରାଲ ନାଁରେ ଥିବା ଏକ ବ୍ୟାଙ୍କା ଆକାଉଣ୍ଟକୁ ଟଙ୍କା ନେଇଥିଲେ । ପରେ ଉକ୍ତ ଟଙ୍କାକୁ କିଛି କିଛି ଅଭିଯୁକ୍ତମାନେ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏନେଇ ସୁବର୍ଣ୍ଣପୁର ସିଡିଏଓ ଗତ ଏପ୍ରିଲ ୭ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରି ଇଓଡବ୍ଲୁ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Related News