Top Stories

Search here...

News

ବିବାହର ୭ ବର୍ଷ  ପରେ ପୁତ୍ର ସନ୍ତାନର ବାପା ହେଲେ ଓଲିଉଡ ସୁପରଷ୍ଟାର ବାବୁସାନ୍

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 09:12 PM

ବାବୁସାନ୍‌ଙ୍କ ପ୍ରଶଂସକମାନେ ନବଜାତ ପୁତ୍ରକୁ ଜୁନିଅର୍ ବାବୁସାନ୍‌ ବୋଲି ନାଁ ଦେବା ସହ ଆଶୀର୍ବାଦ କରିଛନ୍ତି।

 

BBSR Reporters

ପୁତ୍ର ସନ୍ତାନର ବାପା ହୋଇଛନ୍ତି  ଓଲିଉଡ ସୁପରଷ୍ଟାର ବାବୁସାନ୍ ମହାନ୍ତି ।  ମଙ୍ଗଳବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୁତ୍ର ସନ୍ତାନ ଜନ୍ମ ହୋଇଛି ।  ଉଭୟେ ମା’ ଏବଂ ପୁଅ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।  ସୋସିଆଲ୍‌ ମିଡିଆରେ ପୁଅ ଫଟୋ ଓ  ଭିଡିଓ ଭାଇରାଲ୍‌ ହୋଇଛି  ।  ଏହାପରେ ଓଲିଉଡରୁ ଆରମ୍ଭ କରି ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି  ।  ବାବୁସାନ୍‌ଙ୍କ ପ୍ରଶଂସକମାନେ ନବଜାତ ପୁତ୍ରକୁ ଜୁନିଅର୍ ବାବୁସାନ୍‌ ବୋଲି ନାଁ ଦେବା ସହ ଆଶୀର୍ବାଦ କରିଛନ୍ତି।

 

ଭେଟେରାନ  ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଘରକୁ ନୂଆ ସଦସ୍ୟ ଆସିଛି  । ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ୨୦୧୪ ରେ ବାବୁସାନ୍‌ ନିଜ ବାଲ୍ୟବନ୍ଧୁ ତଥା ପ୍ରେମିକ ତୃପ୍ତିଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି ।  ଦୁହିଁଙ୍କ ବିବାହର ୭ ବର୍ଷ ପରେ ପରିବାରରେ ଆସିଛି ଖୁସି ଖବର ।

Related News