Top Stories

Search here...

News

ବିଶ୍ୱରେ ରେକର୍ଡ, ଦିନକରେ ୭୫ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 08:20 PM

ଏହା ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ ରେକର୍ଡ ୭୫ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି ବୋଲି ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସାଂପ୍ରତିକ ସ୍ଥିତିରେ ବ୍ୟାପକ ଟିକାକରଣ ଅପରିହାର୍ଯ୍ୟ ହୋଇପଡିଥିବାବେଳେ ଏଭଳି ରେକର୍ଡ ସୃଷ୍ଟିରେ ସଂପୃକ୍ତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମୋଦୀ ଟ୍ୱିଟର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

 

 

ଏଥିପୂର୍ବରୁ ଏପ୍ରିଲ ୨ରେ ଗୋଟିଏ ଦିନରେ ସର୍ବାଧିକ ୪୨,୬୫,୧୫୭ ଜଣଙ୍କୁ ଟିକା ଦିଆଯାଇଥିଲା । କେନ୍ଦ୍ର ସରକାର ସୋମବାରଠାରୁ ଦେଶରେ ସମସ୍ତଙ୍କ ପାଇଁ ମାଗଣା ଟିକାଦାନ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ଗରିବ, ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
 

Related News