Top Stories

Search here...

News

ସୁନ୍ଦରଗଡ଼ ଜିଲ୍ଲାରେ ୯୦ ଆଇସିୟୁ ବେଡ ବ୍ୟବସ୍ଥା କରାଯିବ: ଅସିତ ତ୍ରିପାଠୀ 

Posted On - 1 month ago
Edited By Team BbsrReporters
LAST UPDATED Jun 21, 2021 03:05 PM

ସୁନ୍ଦରଗଡ଼ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ ତ୍ରିପାଠୀ ।

 

BBSR Reporters


ରାଉରକେଲା: ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ରାଜ୍ୟରେ ସବୁଠୁ ଅଧିକ ରହିଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ ତ୍ରିପାଠୀ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ରାଉରକେଲା ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସା ବ୍ୟବସ୍ଥା, ଆଇ ସି ୟୁ ବେଡ ଆଦି ବିଷୟରେ ପଚାରି ବୁଝିବା ସହ କୋଭିଡ କଲ ସେଣ୍ଟର ବୁଲିଥିଲେ । କିପରି କୋଭିଡ ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । 

 

ସୋମବାର  ସୁଦ୍ଧା ଜିଲ୍ଲାରେ ୯୦ଟି ଆଇ ସି ୟୁ ବେଡ ବ୍ୟବସ୍ଥା କରାଯିବ ବୋଲି ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଅବସରରେ ଖୁବଶୀଘ୍ର ହାଇଟେକ କୋଭିଡ ହସପିଟାଲରେ ୧୨୦ଟି ଅକ୍ସିଜେନ ବେଡ ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଥିଲେ । ସମୀକ୍ଷା ବେଳେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଏସପି ମୁକେଶ ଭାମୋ ଓ ସିଡିଏମଓ ଏସ.କେ.ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏବେ ସୁନ୍ଦରଗଡରେ କରୋନା ସଂକ୍ରମଣ ବହୁଳ ମାତ୍ରାରେ ବ୍ୟାପୁଥିବା ବେଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେକ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । 
 

Related News