Top Stories

Search here...

News

ତିବ୍ଦତ ସରକାରଙ୍କ  ସହ ଭାରତୀୟ ସାଂସଦଙ୍କ ଆଲୋଚନାକୁ ଚୀନ କ୍ଷୁବ୍ଧ; କହିଲା ଏଭଳି ସାମିଲ ହେବା ଗ୍ରହଣୀୟ ନୁହେଁ

Posted On - 1 week ago
Edited By Prabir Kumar
LAST UPDATED Jan 18, 2022 09:55 AM

ଭାରତୀୟ  ସାଂସଦଙ୍କ ଏକ ପ୍ରତିନିଧି ଦଳ ନିର୍ବାସନରେ ଥିବା ତିବ୍ଦତ ସରକାରଙ୍କ  ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ  ବଡ ବିବାଦ ସୃଷ୍ଟି ହୋଇଛି । 

 

BBSR Reporters

 

ନୂଆଦିଲ୍ଲୀ: ଭାରତୀୟ  ସାଂସଦଙ୍କ ଏକ ପ୍ରତିନିଧି ଦଳ ନିର୍ବାସନରେ ଥିବା ତିବ୍ଦତ ସରକାରଙ୍କ  ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ  ବଡ ବିବାଦ ସାମ୍ନାକୁ ଆସିଛି । ଏ ନେଇ ଚୀନ ଦୂତାବାସ  ପକ୍ଷରୁ ଭାରତୀୟ ସାଂସଦଙ୍କୁ କଡା ଭାଷାରେ ଚିଠି ଲେଖିଛି । ଡିସେମ୍ବର ୨୨ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତୀୟ ସାଂସଦଙ୍କ ପ୍ରତିନିଧି ଦଳରେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସହ ଜୟରାମ ରମେଶ, ମେନକା ଗାନ୍ଧି, ମନୀଷ ତିୱାରୀ  ଓ ରାମଦାସ ଅଠାବଲେ ସାମିଲ ହୋଇଥିଲେ ।

 

 ଭାରତରେ ଅବସ୍ଥାପିତ ଚୀନ ଦୂତାବାସର ରାଜନୈତିକ ପରାମର୍ଶଦାତା ଏ ନେଇ ସାଂସଦଙ୍କୁ ଚିଠି ଲେଖିଛି । ଏଥିରେ କୁହାଯାଇଛି, ଏକ ଅନୈତିକ ସଙ୍ଗଠନ ସହ ଭାରତୀୟ ସାଂସଦଙ୍କ ଏଭଳି ସାମିଲ ହେବା ଗ୍ରହଣୀୟ ନୁହେଁ । କୌଣସି ସଙ୍ଗଠନର ଚୀନ ବିରୋଧୀ ଗତିବିଧିକୁ ବେଜିଂ ଦୃଢ ବିରୋଧ କରୁଛି । ଆପଣ ଜଣେ ବରିଷ୍ଠ ରାଜନୈତିକ ନେତା ଭାବେ ଚୀନ-ଭାରତ ସମ୍ପର୍କକୁ ଜାଣିଛନ୍ତି । ଆଶା କରୁଛୁ ଘଟଣାର ସମ୍ବେଦନଶୀଳତା ବିଷୟ ବୁଝିବେ ଓ ତିବତର ସ୍ୱତନ୍ତ୍ରତା ପାଇଁ  ଲଢୁଥିବା ସଙ୍ଗଠନଗୁଡିକୁ ପ୍ରୋତ୍ସାହନ ଦେବାରୁ ନିବୃତ ରହିବେ ।

 

ତେବେ ଚୀନର ଏହି ପତ୍ରର ଜବାବରେ ସାଂସଦ ସୁଜିତ କୁମାର କହିଛନ୍ତି, ଚୀନ ଦୂତାବାସ  ଭାରତୀୟ ସାଂସଦଙ୍କୁ ଏଭଳି ଚିଠି ଲେଖିପାରିବ ନାହିଁ । ଯଦି କୌଣସି ପ୍ରତିକ୍ରିୟା ଥାଏ ତାହାହେଲେ  ଅଧିକାରୀ ସ୍ତରରେ ଏହି ପ୍ରସଙ୍ଗକୁ ଉଠାଯାଇପାରେ । ସେପଟେ ନିର୍ବାସନରେ ଥିବା ତିବତ ସରକାରଙ୍କ ପକ୍ଷରୁ ବି ଏନେଇ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କେନ୍ଦ୍ରୀୟ ତିବ୍ଦତ ପ୍ରଶାସନିକ ମୁଖପାତ୍ର କହିଛନ୍ତି, ତିବତ ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହେଁ ।

Related News