Top Stories

Search here...

News

 ଓମିକ୍ରନ ଭୟରେ ପତ୍ନୀ ଓ ପିଲାଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲେ ଡାକ୍ତର

Posted On - 1 month ago
Edited By Team BbsrReporters
LAST UPDATED Jan 09, 2022 04:56 PM

ମାରିବା ପରେ ତାଙ୍କ ଭାଇଙ୍କୁ ଫୋନ କରି  ଡାକ୍ତର କହିଥିଲେ ମୁଁ ଅବସାଦରେ ଆସି ପତ୍ନି ଓ ପିଲାଙ୍କୁ ମାରି ଦେଇଛି ।

 

BBSR Reporters


କାନପୁର: ଓମିକ୍ରନ ଭୟ କେତେ ଭୟଙ୍କର ହୋଇପାରେ, ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତରପ୍ରଦେଶ କାନପୁର ଇନ୍ଦ୍ରାନଗର ଅଂଚଳରେ । ଭୂତାଣୁ ମାରିବା ପୂର୍ବରୁ ନିଜ ପତ୍ନୀ ଓ ପିଲାଙ୍କୁ ଅତି ନୃଶଂସ ଭାବେ ମାରି ଦେଇଛନ୍ତି ଜଣେ ଡାକ୍ତର ସୁଶୀଲ କୁମାର ।  ମାରିବା ପରେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ ଡାକ୍ତର । କହିଥିଲେ ମୁଁ ଅବସାଦରେ ଆସି ପତ୍ନି ଓ ପିଲାଙ୍କୁ ମାରି ଦେଇଛି ।

 

ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଥିବା ବେଳକୁ ଡାକ୍ତର ଫେରାର ହୋଇଯାଇଥିଲେ । ହେଲେ, ଘର ଭିତରେ ପଡିଥିଲା ମା, ପୁଅ ଓ ଝିଅଙ୍କ ମୃତ ଦେହ ।  ପୋଲିସ ଘର ଭିତରୁ ଜବତ କରିଥିଲା ଡାକ୍ତରଙ୍କ ଏକ ହାତ ଲେଖା ।

 

ପୋଲିସର ସୂଚନା ଅନୁସାରେ ନୋଟରେ ଲେଖା ଯାଇଛି ସେ ଏମିତି ରୋଗଗ୍ରସ୍ତ ହୋଇଛନ୍ତି ଯାହାର ଉପଚାର ନାହିଁ । ତେଣୁ ପରିବାରକୁ କଷ୍ଟରେ ଛାଡି ଯାଇପାରିବେନି । ସମସ୍ତଙ୍କୁ ମୁକ୍ତି ମାର୍ଗରେ ଛାଡି ଯାଉଛି । ସମସ୍ତ କଷ୍ଟକୁ ଗୋଟିଏ ମୁହୁର୍ତରେ ଶେଷ କରୁଛି । ଏବେ ଆଉ ଶବ ଗଣିବାକୁ ପଡିବନି । ଓମିକ୍ରନ ସମସ୍ତଙ୍କୁ ମାରି ଦେବ । ଏହି ଘଟଣା ସାମନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

Related News