Top Stories

Search here...

News

୬ ବର୍ଷର ଶିଶୁକୁ ଟାଣି ନେଲା ଚିତାବାଘ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 06:20 PM

ଚିତାବାଘ ଭିଡ଼ ଭିତରୁ ଶିଶୁକୁ କାମୁଡ଼ି ଅଧା କିଲୋମିଟର ଦୂରକୁ ଟାଣି ପାହାଡ଼କୁ ନେଇ ଯାଇଥିଲା । 

 

BBSR Reporters


ନବରଙ୍ଗପୁର: ବାଘ ଆକ୍ରମଣରେ ରାଇଘର ତୁରୁଡିହି ଗ୍ରାମର ଜଣେ ବାଳକର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ବାଳକ ନରେନ୍ଦ୍ର ମର୍କାମଙ୍କ ପୁଅ ଅବିନାଶ ମର୍କାମ ବୟସ ସାଢେ଼ ୬ ବର୍ଷ ହେବ ବୋଲି ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ସିହାୱାର ଶୃଙ୍ଗି ଋଷି ପର୍ବତରୁ ଓହ୍ଲାଉଥିବା ବେଳେ ୬ ବର୍ଷର ବାଳକ ଅଭିନାଶଙ୍କ ବାପା ଉପରେ ଚିତାବାଘ ଆକ୍ରମଣ କରିଥିଲା । ଏହାପରେ  ଚିତାବାଘ ଭିଡ଼ ଭିତରୁ ୬ବର୍ଷର ବାଳକ ଅଭିନାଶକୁ କାମୁଡ଼ି ଅଧା କିଲୋମିଟର ଦୂରକୁ ଟାଣି ପାହାଡ଼କୁ ନେଇ ଯାଇଥିଲା ।

 


ବାଳକର ମୁଣ୍ଡ ଓ ମୁହଁକୁ ରାମ୍ପୁଡ଼ିକାମୁଡ଼ି କ୍ଷତାକ୍ତ କରି ମାରି ଦେଇଥିଲା । ଏହି ଘଟଣାରେ ରାଗିଯାଇ ଲୋକମାନେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସହ ଝଗଡ଼ା କରିଥିଲେ । ପୁଲିସ ଓ ଅଧିକାରୀ ଉତ୍ତ୍ୟକ୍ତଲୋକଙ୍କୁ ବୁଝାଇବା ପରେ ସମସ୍ୟା ସମାଧାନ ହୋଇଥିଲା ।


ସୂଚନା ଅନୁଯାୟୀ, ଓଡ଼ିଶାର ଘୁରୁଡିହ ଥାନା କୁଦାଇ ଜିଲ୍ଲା ନବରଙ୍ଗପୁରରୁ କିଛିଲୋକ ବୁଲିବାକୁ ଆସିଥିଲେ । ପାହାଡରୁ ଲୋକମାନେ ତଳକୁ ଓହ୍ଲାଉଥିଲେ । ଏହି ସମୟରେ ୬ ବର୍ଷର ବାଳକ ଅବିନାଶକୁ ଚିତାବାଘ ଉଠାଇ ନେଇଥିଲା । ପରିବାର ଲୋକ ଅବିନାଶକୁ ଉଦ୍ଧାର କରିବା ପାଇଁ ବାଘ ପଛରେ ଦୌଡ଼ିଥିଲେ । ଅଧ ଘଣ୍ଟା ଖୋଜିବା ପରେ ପୁଅକୁ ପାଇଥିଲେ । ସେତେବେଳେ ସେ ବଞ୍ଚିଥିଲା । କିନ୍ତୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବା ସମୟରେ ବାଟରେ ତାର ମୃତ୍ୟୁ ହୋଇଯାଇଥିଲା ।


ଡିଏସପି ସତୋବିଶା ସମାଜଦାର ମୃତବାଳକଙ୍କ ବାପାଙ୍କୁ ୩୫ ହଜାର ଟଙ୍କା ଦେଇ ଆର୍ଥôକ ସହାୟତା କରିଥିଲେ । ଏଥିରେ ଡିଏଫଓ ତାଙ୍କ ତରଫରୁ ୧୦ ହଜାର ଟଙ୍କା ବି ଦେଇଛନ୍ତି । ଏସଡିଏମ ପାହାଡ ଓ ଜଙ୍ଗଲକୁ ସନ୍ଧ୍ୟା ୫ ରୁ ସକାଳ ୭ ଟା ପର୍ଯ୍ୟନ୍ତ ଯିବାକୁ ବାରଣ କରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ସିହାୱାସ୍ଥିତ ଶିତାଲା ମନ୍ଦିରରୁ ଜେଜେମା’ଙ୍କ ସହ ଫେରୁଥିବା ବେଳେ ବାଳକ ଭାବେଶ ନେତାମ ଉପରେ ବି ବାଘ ଆକ୍ରମଣ କରିଥିଲା । ପିଲାଟିର ପେଟ, ପିଠି ଏବଂ ବେକରେ ନଖରେ ରାମ୍ପୁଡ଼ି ପକାଇଥିଲା ।

Related News