Top Stories

Search here...

News

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣର ବଡ଼ ଅଭିଯାନ 

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 04:54 AM

୫୦ ପ୍ରତିଶତ ଅନଲାଇନ୍ ଓ ୫୦ ପ୍ରତିଶତ ଅନ୍ସାଇଟ୍ ଅର୍ଥାତ୍ ଟିକାକରଣ କେନ୍ଦ୍ରରେ ପଂଜିକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି  ।

 

BBSR Reporters


ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣର ବଡ଼ ଅଭିଯାନ  । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା ପରେ ନ୍ୟାସନାଲ୍ କୋଭିଡ୍ ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଅଧୀନରେ ବ୍ଲକ ସ୍ତରରୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

 

ବ୍ଲକ୍ ସ୍ତରରୁ ଟିକାକରଣ କରି ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ବ୍ୟବସ୍ଥା କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  । ୫୦ ପ୍ରତିଶତ ଅନଲାଇନ୍ ଓ ୫୦ ପ୍ରତିଶତ ଅନ୍ସାଇଟ୍ ଅର୍ଥାତ୍ ଟିକାକରଣ କେନ୍ଦ୍ରରେ ପଂଜିକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି  । ସେହିପରି ଦ୍ୱିତୀୟ ଡୋଜ ଟିକା ନେବା ସମୟ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯିବାକୁ ସବୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ।

 

ଏବେ ରାଜ୍ୟ ପାଖରେ ୧୦ଲକ୍ଷ କୋଭିସିଲଡ୍ ଡୋଜ୍ ଓ ୪ ଲକ୍ଷ କୋଭାକ୍ସିନ ଡୋଜ୍ ଉପଲବ୍ଧ ରହିଛି  । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ କେନ୍ଦ୍ର ୭୫ ପ୍ରତିଶତ ଟିକା କିଣି ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇଦେବ ବୋଲି କେନ୍ଦ୍ର ସରକାର ଘୋଷଣା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଏବେବି ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁନି  । ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । 
 

Related News