Top Stories

Search here...

News

କରୋନା ପାଇଁ ବେଶ୍ ଉପଯୋଗୀ ବୈଜ୍ଞାନିକଙ୍କ ପ୍ରସ୍ତୁତ ସ୍ବତନ୍ତ୍ର କିସମର ଚାଉଳ

Posted On - 2 weeks ago
Edited By Team BbsrReporters
LAST UPDATED Apr 21, 2021 12:57 AM

ଏହା କରୋନା ଜୀବାଣୁ ସହ ଲଢିବାରେ ସହାୟ ହେବା ସହିତ ଜିଙ୍କ, ମଲ୍ଟି ଭିଟାମିନ୍ ଏବଂ ପ୍ରୋଟିନ ଆଦିର ଅଭାବକୁ ପୂରଣ କରିବ।

 

BBSR Reporters

 


କରୋନା ଭାଇରସ ଏବେ ପୁଣି ଥରେ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରି ଚାଲିଛି । ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୋ ଲାଗିଛି  । ଏପରି ସ୍ଥଳେ ଛତିଶଗଡ କୃଷି ବିଶ୍ବବିଦ୍ୟାଳୟ  ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର କିସମର ଚାଉଳ ପ୍ରସ୍ତୁତ କରିଛନ୍ତି  । ଯାହା ମନୁଷ୍ୟକୁ କରୋନା ଦାଉରୁ ସୁରକ୍ଷା ଦେବ ବୋଲି କୁହାଯାଉଛି । ତେବେ ଏହି ଚାଉଳରେ ପ୍ରସ୍ତୁତ ଭାତ ଖାଇଲେ ଜିଙ୍କ, ମଲ୍ଟି ଭିଟାମିନ୍ ଏବଂ ପ୍ରୋଟିନ ମିଳିବ ବୋଲି ବେଜ୍ଞାନିକମାନେ କହୁଛନ୍ତି । ଯାହା  ଫଳରେ କରୋନାରେ ସଂକ୍ରମିତ ହେଲେ ମଧ୍ୟ ଆଉ  ଔଷଧ ସେବନ କରିବାକୁ ପଡିବ ନାହିଁ।

 

ରାୟପୁର ସ୍ଥିତ  ଇନ୍ଦିରା ଗାନ୍ଧୀ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଧାନର ସ୍ୱତନ୍ତ୍ର କିସମକୁ ଦେଶର ଅନ୍ୟ କେତେକ ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶଂସା କରିଛନ୍ତି।  ଏହି ଧାନର ନାମ ଜିଙ୍କୋ ରାଇସ ଏମଏସ, ଛତିଶଗଡ ଜିଙ୍କ ରାଇସ ୱାନ ରଖାଯାଇଛି। ଏହା କରୋନା ଜୀବାଣୁ ସହ ଲଢିବାରେ ସହାୟ ହେବା ସହିତ ଜିଙ୍କ, ମଲ୍ଟି ଭିଟାମିନ୍ ଏବଂ ପ୍ରୋଟିନ ଆଦିର ଅଭାବକୁ ପୂରଣ କରିବ।

 

ଏହି ଚାଉଳ ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଟିମର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଗୀରିଶ ଚନ୍ଦେଲ କରିଛନ୍ତି ଯେ,  ଏହି ଚାଉଳକୁ କରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ ଭାବେ ବ୍ୟବହାର କରାଯାଇପାରିବ। ଏହାକୁ ଖାଇଲେ ଲୋକଙ୍କ ରୋଗ ପ୍ରତିରୋଧି କ୍ଷମତା ବଢିଯିବ ।  ଯାହାଦ୍ବାରା ସେମାନେ କରୋନାରେ ସଂକ୍ରମିତ ହେବାରୁ ରକ୍ଷା ପାଇଯିବେ। ଏହି ଚାଳଉ ଖାଉଥିବା ବ୍ୟକ୍ତି ଯଦି ଭାଇରସ ସଂସ୍ପର୍ଶରେ ଆସିଥିବେ ତେବେ ସବୁଠାରୁ କମ ପ୍ରଭାବିତ ହେବେ।

 

 ୨୦ ବର୍ଷ ଧରି ଗବେଷଣା କରିବା ପରେ ଧାନର ଏହି ଚାରୋଟି କିସମ ପ୍ରସ୍ତୁତ କରାଯାଇଛି। ବିଶେଷକରି କରୋନାକୁ ଧ୍ୟାନରେ ରଖି ଏହକୁ ଏହି ଚାଉଳ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଉଛି । ଏଥିରେ ଜିଙ୍କ ପ୍ରଚୁର ମାତ୍ରାରେ ରହିଛି।  ଯାହା କରୋନାରେ ପ୍ରତିରୋଧୀ କ୍ଷମତା ବୃଦ୍ଧି କରିବାରେ ପ୍ରମୁଖ ଉପାଦାନ ବୋଲି ଡ. ଚନ୍ଦେଲ କହିଛନ୍ତି।
 

Related News