Top Stories

Search here...

News

ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବତୀଙ୍କୁ ଉଲଗ୍ନ କରି ନିଶାଶକ୍ତ ଯୁବକ ଗିରଫ

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 01:00 PM

ପୀଡ଼ିତା ଜଣକ ଚିଲାଇବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଶଙ୍କରକୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଥିଲେ ।

 

BBSR Reporters

 


ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ  ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହ ଉଲଗ୍ନ କରିଦେଇଥିବା ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ ଗଞ୍ଜାମ ଜିଲ୍ଳା ପୋଲସରା ଅଞ୍ଚଳର ଜଣେ ଯୁବତୀ ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ । ଗାଡି ଆସିବା ବିଳମ୍ବ ହେବାରୁ ସେ କିଛି ସମୟ ବସିବା ପରେ ପୁଣି ଛିଡ଼ା ହୋଇଯାଇଥିଲେ । ଏତିକିବେଳେ ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୁକ୍ତ ଶଙ୍କର ଯୁବତୀଙ୍କ ପାଖକୁ ଆସିଥିଲା । ପରେ କିଛି ସମୟ ଛିଡ଼ା ହେଲା । ଏହାପରେ ହଠାତ୍ ଯୁବତୀଙ୍କ ପ୍ୟାଣ୍ଟକୁ ଧରି ତଳକୁ ଟାଣିଦେଇଥିଲେ ।  ଫଳରେ ଯୁବତୀ ଜଣଙ୍କ ଉଲଗ୍ନ ହୋଇଯାଇଥିଲେ ।

 

 

ଏହା ଦେଖି ସ୍ଥାନୀୟଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ପୀଡ଼ିତା ଜଣକ ଚିଲାଇବାରୁ ଲୋକମାନେ ରୁଣ୍ଡ ହୋଇ ଶଙ୍କରକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ଅଭିଯୁକ୍ତ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଶଙ୍କର ପ୍ରସାଦ ମଲ୍ଲିକଙ୍କୁ ଗିରଫ କରିଛି  । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଛି ।

Related News