Top Stories

Search here...

News

ଘୋଷଣା ହେଲା ନିର୍ବାଚନ ତାରିଖ; ୫ଟି ପର୍ଯ୍ୟାୟରେ ହେବ ପଂଚାୟତ ନିର୍ବାଚନ

Posted On - 1 week ago
Edited By Team BbsrReporters
LAST UPDATED Jan 19, 2022 01:20 AM

ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ ।

 

 

BBSR Reporters

 

ଭୁବନେଶ୍ୱର: ଘୋଷଣା ହେଲା ନିର୍ବାଚନ ତାରିଖ । ୫ଟି ପର୍ଯ୍ୟାୟରେ ହେବ ପଂଚାୟତ ନିର୍ବାଚନ । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ ।

 

ଏଥିପାଇଁ ଆଜିଠାରୁ ଫେବ୍ରୁଆରୀ ୧୮ ଯାଏଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ପଂଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଂକନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ୨୨ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଜାନୁଆରୀ ୨୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ ।

Related News