Top Stories

Search here...

News

ରାଜ୍ୟର ସବୁ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ବାତିଲ

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 06:46 PM

ଏ ସମ୍ପର୍କରେ ନିଜ ଅଞ୍ଚଳର ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

BBSR Reporters

 


ରାଜ୍ୟର ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ରାଜ୍ୟରେ ବଢଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଟୁଟଟ କରି ସୂଚନା ଦିଆଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହଯାଇଛି । 

 

 

ଏ ସମ୍ପର୍କରେ ନିଜ ଅଞ୍ଚଳର ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ ଗତ ବର୍ଷ କରୋନା ସଂକ୍ରମଣ ବ୍ୟାପିଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ନିର୍ଦ୍ଦେଶ ଜାରି କରାଯାଇଥିଲା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ସଂକ୍ରାନ୍ତୀୟ ସମସ୍ତ ଟେଷ୍ଟକୁ ବାତିଲ କରାଯାଇଥିଲା ।

Related News