Top Stories

Search here...

News

ରାଜଧାନୀରେ ଆମ୍ବୁଲାନ୍ସ ଭଡା ଆକାଶଛୁଆଁ: ୧୦ କିମି ପାଇଁ ୧୦ ହଜାର 

Posted On - 1 month ago
Edited By Team BbsrReporters
LAST UPDATED Jun 21, 2021 09:48 PM

ସରକାର ଆମ୍ବୁଲାନ୍ସ ପାଇଁ କୌଣସି ସତନ୍ତ୍ର ଦର ଧାର୍ଯ୍ୟ କରି ନ ଥିବା ଯୋଗୁ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା ଗୁଡିକ ମନ ଇଛା ଦର ଲଗାଉଛନ୍ତିି ।

 

BBSR Reporters

ଭୁବନେଶ୍ୱର :କରୋନା ସଂକ୍ରମଣ ଏବେ ରାଜ୍ୟରେ ବ୍ୟାପିବାରେ ଲାଗିଛି । ଏପରି ସ୍ଥଳେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ଯାହାର ଫାଇଦା ଉଠାଉଛନ୍ତି ଘରୋଇ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା । ୧୦ କିମି ପାଇଁ ୧୦ ହଜାର ଟଙ୍କା ଦାବି କରୁଥିବା ବେଳେ କିଲୋ ମିଟର କମିଲେ ଦର ଆହୁରି ବଢୁଥିବା ଦେଖିବାକୁ ମିଳୁଛି । 


ରାଜଧାନୀରେ ଅଧିକାଂଶ ଆମ୍ବୁଲାନ୍ସ ସେବା ପ୍ରଦାନ କାରୀ ସଂସ୍ଥା ମନଇଛା ଦର ଲଗାଉଥିବା ସୂଚନା ମିଳିଛି । କୋଭିଡ ରୋଗୀ ହୋଇଥିଲେ ଏହି ଦର ଆହୁରୀ ଅଧିକ ହୋଇଯାଉଛି । ଏପରି ସ୍ଥିତିରେ ସରକାର ଆମ୍ବୁଲାନ୍ସ ପାଇଁ କୌଣସି ସତନ୍ତ୍ର ଦର ଧାର୍ଯ୍ୟ କରି ନ ଥିବା ଯୋଗୁ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା ଗୁଡିକ ମନ ଇଛା ଦର ଲଗାଉଛନ୍ତିି । ପିପିଇ କିଟ୍ ଦେବା ଆଳରେ ଲୋକମାନଙ୍କୁ ଠାରୁ ମୋଟା ଅଙ୍କର ଟଙ୍କା ଲୁଟୁଛନ୍ତି । ଆବଶ୍ୟକତା ସ୍ଥଳେ  ଲୋକ ବାଧ୍ୟ ହୋଇ ଚଢା ଦରରେ  ଆମ୍ବୁଲାନ୍ସ ନେଇ ଯାଉଛନ୍ତିି ।

 

ଆଜି ଏକ ଘରୋଇ ଆମ୍ବୁଲାନ୍ସ ସଂସ୍ଥାକୁ ଫୋନ କରି ଜିଜିପି କଲୋନୀରୁ ସମ୍ ହସ୍ପିଟାଲ ଯିବା ପାଇଁ କହିବାକୁ ସେ ୧୨ ହଜାର ଟଙ୍କା ଦାବି କରିଥିଲେ । ସେହିପରି ବାଣୀବିହାରୁ କିଟ ଛକ ଯିବା ପାଇଁ ୮ ହଜାର ଟଙ୍କା ଦର କରିଥିଲେ । ଏତେ ଟଙ୍କା  କାହିଁକି ନେଉଛନ୍ତି ବୋଲି ପଚରାରିବାରୁ ସେମାନେ ପିପିଇ କିଟ୍ ଦିଆଯାଉଥିବା କହି କଥାକୁ ଏଡାଇ ଦେଉଛନ୍ତି । ବାସ୍ତବରେ ଗୋଟିଏ ପିପିଓ କିଟ୍ ଦାମ ୫୦୦ ରୁ ୬୦୦ ଟଙ୍କା ମଧ୍ୟରେ ବଜାରରେ ମିଳୁଛି । ହେଲେ ସେମାନେ ପିପିଓ କିଟ୍ ବାବଦକୁ ହଜାରରୁ ଅଧିକ ଟଙ୍କା ପକାଉଛନ୍ତି । ଏପରି ସ୍ଥଳେ ନାହିଁ ସରକାର ନାହିଁ ପୁଲିସ  ବିଭାଗ ପକ୍ଷରୁ ଆମ୍ବୁଲାନ୍ସର ଦର ନେଇ କୌଣସି ନିୟମ ଧାର୍ଯ୍ୟ କରାଯାଇଛି । 

Related News