Top Stories

Search here...

News

ଅନନ୍ୟା ପାଣ୍ଡେଙ୍କୁ ଏନସିବିର ମାରାଥାନ ଜେରା; କାଲି ପୁଣି ହେବ ଜେରା

Posted On - 1 month ago
Edited By Team BbsrReporters
LAST UPDATED Dec 04, 2021 10:43 AM

ଆଜି  ଏନସିବି ପକ୍ଷରୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇ ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି ।

 

 

BBSR Reporters

 

 

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ସମ୍ପୃକ୍ତି ଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଜେରା କରିଛି । ଆଚି ୨ ଘଣ୍ଟା ଜେରା କରିବା ପରେ ଅନ୍ୟନ୍ୟାଙ୍କୁ ଏନସିବି ଛାଡ଼ି ଦେଇଛି  । କିନ୍ତୁ ପୁଣି ଆସନ୍ତାକାଲି ଏନସିବି ଅଫିସରେ ହାଜର ଅନନ୍ୟାଙ୍କୁ କୁହାଯାଇଛି । ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇ ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି ।

 


ପୂର୍ବରୁ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନଙ୍କ ସହ ଡ୍ରଗସ୍ କାରବାର ଅନନ୍ୟାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିବା ପରେ ତାଙ୍କ ଘରେ ରେଡ୍ କରିଥିଲା ଏନସିବି ।  ଏନସିବି ପକ୍ଷରୁ ଅନନ୍ୟା ପାଣ୍ଡେଙ୍କୁ ହାଜର ପାଇଁ ନୋଟିସ କରାଯାଇଥିଲା । ତାଙ୍କ ପିତା ଚୁଙ୍କି ପାଣ୍ଡେଙ୍କ ସହ ଏନସିବି କାର୍ଯ୍ୟାଳୟରେ ଆଜି ପହଞ୍ଚି ଥିଲେ ଅନନ୍ୟା । ଡ୍ରଗସ୍ କାରବାରରେ ତାଙ୍କ ସମ୍ପୃକ୍ତି ନେଇ ମାରାଥନ୍ ଜେରା କରିଥିଲା ଏନ୍ସିବି । କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଏନସିବି ପାଇଥିବା ବେଳେ  ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

 

 

ଗତ ଅକ୍ଟୋବର ୨ ତାରିଖରେ ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ହ୍ୱାଟ୍ସଆପ୍ ଚାର୍ଟରେ ଅନନ୍ୟା ପାଣ୍ଡେଙ୍କ ନାଁ ଆସିଥିଲା । ଅନନ୍ୟା ଓ ଆର୍ଯ୍ୟନ୍ ଉଭୟେ ଷ୍ଟାର କିଡ୍ ହୋଇଥିବାରୁ ଅନନ୍ୟା ଓ ଆର୍ଯ୍ୟନଙ୍କ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଟ ମଧ୍ୟ । ୨୨ ବର୍ଷୀୟ ଅନନ୍ୟା ୨୦୧୯ରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ।

 

 

ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପ୍ରେ ମେସେଜ ଦିଆନିଆ ହୋଇଥିଲା । ଯାହା ଏନ୍ସିବି ହାତରେ ଲାଗିଥିଲା । ଆଉ ତାହା ଏନ୍ସିବି ହାତରେ ଲାଗିଥିଲା । ସେହି ଚାଟ୍ ମେସେଜ୍ ଗୁଡ଼ିକୁ ଏନ୍ସିବି କୋର୍ଟରେ ମଧ୍ୟ ଦାଖଲ କରିଥିଲା । ସେହିକ୍ରମରେ ଏନ୍ସିବି ଚଢ଼ାଉ କରି ଅନନ୍ୟାଙ୍କୁ ଜେରା କରିବାକୁ ଡାକି ଥିଲା ଏନସିବି  ।

Related News