Top Stories

Search here...

News

ରେସଲିଂରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଅଂଶୁ ମଲିକ

Posted On - 2 weeks ago
Edited By Prabir Kumar
LAST UPDATED Oct 21, 2021 02:06 PM

ଅଂଶୁ ମଲିକ ୫୭ କେଜି ଓଜନ ବର୍ଗରେ ଜୁନିୟର ୟୁରୋପୀୟ ଚାମ୍ପିୟନ ସୋଲମିଆ ଭିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

 

BBSR Reporters

 

ଓସଲୋ(ନରୱେ): ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଇତିହାସ ସୃଷ୍ଟି କଲେ ଭାରତର ଅଂଶୁ ମଲିକ l ସେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଏପରି ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ରେସଲିଂବିଶ୍ୱ ଚାମ୍ପିୟନଶିପରେ ଅଂଶୁ ଫାଇନାଲରେ ପ୍ରବେଶ କରିଛନ୍ତି।

 

 

ପୂର୍ବରୁ କୌଣସି ଭାରତୀୟ ମହିଳା କେବେ ହେଲେ ରେସଲିଂ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ନଥିଲେ। ଅଂଶୁ ମଲିକ ୫୭ କେଜି ଓଜନ ବର୍ଗରେ ଜୁନିୟର ୟୁରୋପୀୟ ଚାମ୍ପିୟନ ସୋଲମିଆ ଭିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

 

ଏସିଆନ ଚାମ୍ପିୟନ ୧୯ ବର୍ଷୀୟ ଅଂଶୁ ସେମିଫାଇନାଲ ମୁକାବିଲାର ଆରମ୍ଭରୁ ନିଜର ଦବଦବା ଦେଖାଇଥିଲେ। ସେ ଟେକ୍ନିକାଲ ପଏଣ୍ଟ ବଳରେ ନିଜ ନାଁକୁ ଇତିହାସ ପୃଷ୍ଠାରେ ଲେଖିବାକୁ ସକ୍ଷମ ହୋଇଛନ୍ତି। ସେ ସୋଲମିଆଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ସୋଲମିଆ ଜୁନିୟନ ଚାମ୍ପିୟନ ହୋଇଥିଲେ ମଧ୍ୟ ଅଂଶଙ୍କୁ ଜବାବ ଦେବା ପାଇଁ କୌଣସି ସୁଯୋଗ ପାଇ ନଥିଲେ।

 

 

 

ଆଜି ଯାଏ ବିଶ୍ୱସ୍ତରୀୟ ରେସଲିଂରେ ୪ ଭାରତୀୟ ମହିଳା ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମାନେ ହେଲେ ଗୀତା ଫୋଗାଟ(୨୦୧୨), ବବିତା ଫୋଗାଟ(୨୦୧୨), ପୂଜା ଧଣ୍ଡା(୨୦୧୮) ଓ ଭିନେଶ ଫୋଗାଟ(୨୦୧୯)। କିନ୍ତୁ ଅଂଶୁ ଫାଇନାଲକୁ ପ୍ରବେଶ କରି ଭାରତ ପାଇଁ ବିଶ୍ୱ ରେସଲିଂରେ ରୌପ୍ୟ ପଦକ ପକ୍କା କରିଛନ୍ତି। ସେ ଯେଉଁ ଭଳି ଫର୍ମରେ ଅଛନ୍ତି, ତାଙ୍କୁ ଠାରୁ ସମସ୍ତେ ସ୍ୱର୍ଣ୍ଣ ପଦକ ଆଶା କରିଛନ୍ତି।

Related News