Top Stories

Search here...

News

ଆରୁହା ପାହାଡ କଳାପଥର କେଳେଙ୍କାରୀ ମାମଲା; ସାମ୍ନାକୁ ଆସିଲା ତଦନ୍ତ ରିପୋର୍ଟ

Posted On - 1 month ago
Edited By Team BbsrReporters
LAST UPDATED Jan 16, 2022 07:49 PM

ଘଟଣାକୁ ଗମ୍ଭୀରତାର ସହ ନେଇ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି , ଜିଲ୍ଲାପାଳ, ୪ ଜଣ ତହସିଲଦାର , ୩ ଜଣ ଆରଆଇ ଓ ଜିଓଲୋଜିକାଲ ସର୍ଭେ ଢେଙ୍କନାଳ ଜୋନର ଯୁଗ୍ମ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି ହୋଇଛି ।

 

 

BBSR Reporters

 

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ କଳାପଥର କେଳେଙ୍କାରୀ ମାମଲାରେ ଚାଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଲୋକାୟୁକ୍ତଙ୍କ ତଦନ୍ତ ରିପୋର୍ଟରେ ଏହା ଜଣାପଡିଛି । ଘଟଣାକୁ ଗମ୍ଭୀରତାର ସହ ନେଇ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି , ଜିଲ୍ଲାପାଳ, ୪ ଜଣ ତହସିଲଦାର , ୩ ଜଣ ଆରଆଇ ଓ ଜିଓଲୋଜିକାଲ ସର୍ଭେ ଢେଙ୍କନାଳ ଜୋନର ଯୁଗ୍ମ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି ହୋଇଛି । ଖବର ଅନୁସାରେ, ଆରୁହା ପାହାଡରେ ରାଜ୍ୟ ସରକାର ୩ ଏକର ଜମିକୁ ପାଂଚ ବର୍ଷ ପାଇଁ ଲିଜରେ ଦେଇଥିଲେ । ହେଲେ ଲିଜଧାରୀ ପ୍ରଶାସନକୁ ଆୟୁଧ କରି ୧୦ ଏକର ଜମିରେ ଖାଦାନ ଚଳାଇଥିଲେ ।

 

ପରିବେଶ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ବି ଅଭିଯୋଗ ଆସିଛି । ଆସନ୍ତା ୬ ସପ୍ତାହ ମଧ୍ୟରେ  ଉତର ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆରୁହା ପାହାଡରେ  ବ୍ୟାପକ କଳାପଥର ଲୁଟ କାରବାର ନେଇ  ସୂଚନା ଅଧିକାର କର୍ମୀ  ସର୍ବେଶ୍ୱର ବେହୁରା  ଲୋକାୟୁକ୍ତରେ ମାମଲା ରୁଜୁ କରିଥିଲା ।  ଏହି ମାମଲାରେ  ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ  ଓ ଧର୍ମଶାଳାର ଏକାଧିକ  ତହସିଲଦାରଙ୍କୁ ସେ ପକ୍ଷଭୁକ୍ତ  କରିଥିଲେ । ଲୋକାୟୁକ୍ତ ମାମଲାର ବିଚାର କରି  ଡାଇରେକ୍ଟର ଅଫ ଇନକ୍ୱାରୀ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟକୁ  ସମୀକ୍ଷା କରି ଲୋକାୟୁକ୍ତଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।

Related News