Top Stories

Search here...

News

ଆଜି ଆର୍ଯ୍ୟନଙ୍କ ଜାମିନ୍ ଶୁଣାଣି: ଡ୍ରଗ୍ସ କାରବାର ନେଇ ଅଧିକ ତତ୍ୟ ଯୋଗାଡ କରିଛି ଏନସିବି

Posted On - 1 month ago
Edited By Prabir Kumar
LAST UPDATED Dec 01, 2021 04:43 PM

ଅକ୍ଟୋବର ୨ରେ କ୍ରୁଜ୍ ପାର୍ଟି ବେଳେ ସେ ବଲିଉଡ୍ର ଜଣେ ଅପ୍କମିଂ ଅଭିନେତ୍ରୀଙ୍କ ସହିତ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା ହୋଇଥିଲେ ବୋଲି ଏନସିବି ତଥ୍ୟ ଦାଖଲ କରିଛି ।

 

 

BBSR Reporters

 

 

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବଲିଉଡ୍ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଆଜି ଜାମିନ୍ ଶୁଣାଣି ଅଛି ।  ତା’ପୂର୍ବରୁ କୋର୍ଟରେ ତାଙ୍କ ବିରୋଧରେ ଆଉ କିଛି ତଥ୍ୟ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) । ଅକ୍ଟୋବର ୨ରେ କ୍ରୁଜ୍ ପାର୍ଟି ବେଳେ ସେ ବଲିଉଡ୍ର ଜଣେ ଅପ୍କମିଂ ଅଭିନେତ୍ରୀଙ୍କ ସହିତ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା ହୋଇଥିଲେ ବୋଲି ଏନସିବି ତଥ୍ୟ ଦାଖଲ କରିଛି । ସେମାନଙ୍କ ମଧ୍ୟରେ ଡ୍ରଗ୍ସ ନେଇ ହୋଇଥିବା ଚାଟ୍ ମେସେଜ୍ ଗୁଡ଼ିକୁ ଏନ୍ସିବି କୋର୍ଟରେ ଦାଖଲ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

 

 

ଏହି ଖବର ଅନୁଯାୟୀ, ଆର୍ଯ୍ୟନ ଓ ଉକ୍ତ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲା । ପୂର୍ବ ଶୁଣାଣି ବେଳେ ଏନ୍ସିବି ପକ୍ଷରୁ ସେମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଚାଟ୍ ମେସେଜ୍ ଗୁଡ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା । ଏହା ସହିତ କିଛି ଡ୍ରଗ୍ସ ବିକ୍ରେତାଙ୍କ ସହିତ ଆର୍ଯ୍ୟନଙ୍କର ହୋଇଥିବା ଚାଟ୍ ମେସେଜ୍କୁ ମଧ୍ୟ କୋର୍ଟରେ ଦାଖଲ କରିଥିଲା ଏନ୍ସିବି । ତେବେ ବଲିଉଡ୍ର ଏହି ଅପ୍କମିଂ ଅଭିନେତ୍ରୀ ଜଣଙ୍କ କିଏ, ସେ ନେଇ କିଛି ସୂଚନା ମିଳିନାହିଁ ।

 


ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଅକ୍ଟୋବର ୨ରେ ମୁମ୍ବାଇରେ କ୍ରୁଜ୍ ପାର୍ଟିରେ ଚଢ଼ାଉ ପରେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ଏନ୍ସିବି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେଲ୍ରେ ରଖାଯାଇଛି । ତେବେ ଆର୍ଯ୍ୟନଙ୍କ ଗିରଫକୁ ନେଇ ଏବେବି ବିବାଦ ଲାଗିରହିଛି ।

Related News