Top Stories
Search here...
News
ମୃତ ଯବାନଙ୍କୁ ସହିଦ୍ କୁହାଯିବା ନେଇ ପ୍ରଶ୍ନ ଉଠାଇଲେ ମହିଳା,ପଢନ୍ତୁ ସମ୍ପୁର୍ଣ୍ଣ ଖବର
Posted On - 1 week ago
ସହିଦ୍ ଯବାନଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ୍ ହେଲେ ମହିଳା,ପଢନ୍ତୁ ସମ୍ପୁର୍ଣ୍ଣ ଖବର
BBSR Reporters
ସହିଦ୍ ଯବାନଙ୍କ ବିରୁଦ୍ଧରେ ବିବାଦୀୟ ବୟାନ୍ ଦେଇ ଗିରଫ ହୋଇଛନ୍ତି ଆସାମର ୪୮ ବର୍ଷୀୟ ମହିଳା ଶିଖା ଶର୍ମା । ମଙ୍ଗଳବାର ପୋଲିସ ଦେଶଦ୍ରୋହ ସମେତ ଅନ୍ୟ କେତୋଟି ମାମଲାରେ ତା’ଙ୍କୁ ଗିରଫ୍ କରିଛି । ମହିଳା ଜଣକ ଫେସ୍ବୁକ୍ ପୋଷ୍ଟ କରି ଛତ୍ତଶଗଡ଼ ମାଓବାଦୀ ଆକ୍ରମଣରେ ନୀହତ ହୋଇଥିବା ଯବାନଙ୍କୁ ସହିଦ୍ ମାନିବା ନେଇ ଆପତ୍ତି ଉଠାଇଥିଲେ । ସେ କହିଥିଲେ,ଯବାନଙ୍କୁ ସେମାନଙ୍କ ସେବା ବଦଳରେ ଦରମା ପ୍ରଦାନ କରାଯାଉଛି । ଆଉ ନେମାନେ ତାଙ୍କ ଡ଼୍ୟୁଟି ସମୟରେ ପ୍ରାଣ ହରାଇଲେ ତାଙ୍କୁ ସହିଦ୍ କହିବା ଠିକ୍ ନୁହେଁ । ଏହି ବୟାନକୁ ନେଇ ତାଙ୍କ ନାମରେ ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ୍ କରିଛି ।
ଏନେଇ ପୋଲିସ୍ କମିଶନର ମୁନ୍ନା ପ୍ରସାଦ ଗୁପ୍ତା କହିଛନ୍ତି,ଶିଖାଙ୍କ ଉପରେ ଆଇପିସିର ଅନେକ ଧାରା ଲଗାଯାଇଛି । ଏଥିସହ ଆଇପିସି ଧାରା ୧୨୪ଏ ଅନୁଯାୟୀ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଛି । ବୁଧବାର ତାଙ୍କୁ କୋର୍ଟ୍ରେ ହାଜିର କରାଯିବ । ସୂଚନାଯୋଗ୍ୟ,ଶିଖାଙ୍କ ଏହି ପୋଷ୍ଟକୁ ନେଇ ଆସାମ ହାଇକୋର୍ଟ୍ର ଦୁଇ ଓକିଲ ଓମି ଡ଼େକା ବରୁଆ ଓ କଙ୍ଗ୍କନା ଗୋସ୍ୱାମୀ ତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍ କରିଥିଲେ । ଏହି ମାମଲାରେ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଶିଖାଙ୍କୁ ଗିରଫ୍ କରିଛି ।