Top Stories

Search here...

News

ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ: ମୋଦିଙ୍କୁ ସମାଲୋଚନା କଲା ଟଏମସି

Posted On - 1 month ago
Edited By Team BbsrReporters
LAST UPDATED Dec 03, 2021 09:32 AM

କ’ଣ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଘଟିଥିବା ହିଂସା ଘଟଣାକୁ ବେଙ୍ଗଲର ହିନ୍ଦୁମାନଙ୍କ ଭାବନାରେ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ଟିଏମସି ପ୍ରଶ୍ନ କରିଛି ।  

 

BBSR Reporters

 

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲା ଟିଏମସି  । ଭାରତର ବିଭିନ୍ନ ସଂଗଠନ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଇବାରେ ଲାଗିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଘଟଣାରେ ଚୁପ ରହିଥିବାରୁ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ପକ୍ଷରୁ ପ୍ରଶ୍ନ ଉଠାଇବା ସହ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଉଠାଇଥିବା ପଦକ୍ଷେପ ଗୁଡ଼ିକୁ ପ୍ରଶଂସା କରାଯାଇଛି ।


ଟିଏମସିର ମୁଖପତ୍ର ‘ଜାଗୋ ବଙ୍ଗଲା’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ବାଂଲାଦେଶ ଯାଇଥିଲେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବାଂଲାଦେଶ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଏହି ହିଂସା ଘଟଣାରେ ଆରମ୍ଭରୁ କାହିଁକି ଚୁପ ରହିଛନ୍ତି,  ଏହା ପଛର କାରଣ କଣ,  କ’ଣ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଘଟିଥିବା ହିଂସା ଘଟଣାକୁ ବେଙ୍ଗଲର ହିନ୍ଦୁମାନଙ୍କ ଭାବନାରେ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ଟିଏମସି ପ୍ରଶ୍ନ କରିଛି ।  


ଟିଏମସି କହିଛି, ଆପଣ(ମୋଦି) କ’ଣ ବେଙ୍ଗଲରେ ରହୁଥିବା ହିନ୍ଦୁମାନଙ୍କୁ ଉସକାଇବାକୁ ଚାହୁଁଛନ୍ତି? ଆମେ ବାଂଲାଦେଶ ହିଂସାର ପୂରା ତଦନ୍ତ ଦାବି କରୁଛୁ । ଦୁର୍ଗାପୂଜା ବେଳେ ବାଂଲାଦେଶରେ ଯାହା ଘଟିଲା, ତାହା ସଂପୂର୍ଣ୍ଣ ଅଗ୍ରହଣୀୟ । ଏହା ପଛରେ ଗୋଟିଏ ବିରାଟ ଷଡ଼ଯନ୍ତ୍ର ହୋଇଛି । ଏଥିରେ ସାଧାରଣ ହିନ୍ଦୁ ଓ ମୁସଲିମଙ୍କ କୌଣସି ସମ୍ପର୍କ ନାହିଁ । କିଏ ଏପରି ଷଡ଼ଯନ୍ତ୍ର କରିଛି, ତା’ହା ସମସ୍ତଙ୍କୁ ବେଶ ଭଲ ଭାବେ ଜଣା । ଏହାର ଉପଯୁକ୍ତ ତଦନ୍ତ ହେଉ । ଏବେ ସେଠାରେ ସଂଖ୍ୟାଲଘୁମାନେ ଭୟରେ ରହିଛନ୍ତି ବୋଲି ଟିଏମସି କହିଛନ୍ତି ।

 

ଶେଖ ହାସିନାଙ୍କୁ ମଟିଏମସି ପ୍ରଶଂସା କରି  କହିଛି, ଘଟଣା ପରେ ହାସିନା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆକ୍ରମଣ ବିରୋଧରେ ଅନେକ ବୈଠକ ଓ ବିକ୍ଷୋଭ ସଭା କରାଯାଉଛି । ଘଟଣାକୁ ବିରୋଧ କରି ଅନେକ ମୁସଲିମ ସଂଗଠନ ମଧ୍ୟ ବିକ୍ଷୋଭ କରୁଛନ୍ତି । ଏହା ହିଁ ବାଂଲାଦେଶର ହାର୍ଟ ବୋଲି ଟିସି କହିଛି । ସୂଚନାଯୋଗ୍ୟ, ଦୁର୍ଗାପୂଜା ଉତ୍ସବ ଚାଲିଥିବା ବେଳେ କିଛି ଲୋକ ପେଣ୍ଡାଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାପରେ ବ୍ୟାପକ ହିଂସକାଣ୍ଡ ଘଟିବା ପରେ ଶତାଧିକ ହିନ୍ଦୁ ଲୋକଙ୍କ ଘର  ପୋଡ଼ି ଦେଇଥିଲେ ଦଙ୍ଗାକାରୀ । ଏହି ଘଟଣାରେ ଜଣେ ପୂଜକଙ୍କ ମୃତୁ୍ୟ  ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ  ।

Related News