Top Stories

Search here...

News

ମଙ୍ଗୁଳି ପୁଲିସ ଆଉଟପୋଷ୍ଟ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ 

Posted On - 1 month ago
Edited By Team BbsrReporters
LAST UPDATED Jan 05, 2022 10:43 AM

କିଛି ଅସାମାଜିକ ଯୁବକ ଯୁବତୀଙ୍କୁ ଘେରିବାକୁ ଚେଷ୍ଟା କରିବା ବେଳେ ଯୁବତୀ ମଙ୍ଗୁଳି ଛକ ଆଉଟ ପୋଷ୍ଟ ଦେଖି ସାହାଯ୍ୟ ମାଗିଥିଲେ । କାର୍ଯ୍ୟରତ ହୋମଗାଡର଼୍ ଯୁବତୀଠରୁ ସମସ୍ତ କଥା ଶୁଣିବା ପରେ ଯୁବତୀଙ୍କୁ ସାହାଯ୍ୟ କରିବା ବଦଳରେ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

 

BBSR Reporters


କଟକ: ଟାଙ୍ଗି ଥାନା ମଙ୍ଗୁଳି ପୁଲିସ ଆଉଟପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ଼ୁ୍ୟଟିରେ ଥିବା ଜଣେ ହୋମଗାଡର଼୍ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମାଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାଡର଼୍ଙ୍କ ସମେତ ୩ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 

ସୂଚନା ଅନୁସାରେ ଯୁବତୀଙ୍କୁ ଜଣେ ପୁରୁଷ ବନ୍ଧୁ ବିବାହର ପ୍ରଲୋଭନ ଦେଖାଇ ପୁରୀରୁ ଚୌଦ୍ୱାର ଆଣିଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ବୟଜେଷ୍ଟ ବ୍ୟକ୍ତିଙ୍କ ସାଙ୍ଗରେ ବିବାହ ହେବାକୁ ବାଧ୍ୟ କରିଥିଲା । ଯୁବତୀ ଜଣକ ରାଜି ନହେବାରୁ ରାତି ପ୍ରାୟ ୧୧ଟା ବେଳେ ମଙ୍ଗୁଳି ଛକରେ ଛାଡ଼ି  ପଳାଇଯାଇଥିଲା ପୁରୁଷ ବନ୍ଧୁ । କିଛି ଅସାମାଜିକ ଯୁବକ ଯୁବତୀଙ୍କୁ ଘେରିବାକୁ ଚେଷ୍ଟା କରିବା ବେଳେ ଯୁବତୀ ମଙ୍ଗୁଳି ଛକ ଆଉଟ ପୋଷ୍ଟ ଦେଖି ସାହାଯ୍ୟ ମାଗିଥିଲେ ।

 

କାର୍ଯ୍ୟରତ ହୋମଗାଡର଼୍ ଯୁବତୀଠରୁ ସମସ୍ତ କଥା ଶୁଣିବା ପରେ ଯୁବତୀଙ୍କୁ ସାହାଯ୍ୟ କରିବା ବଦଳରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିଛି ଯୁବକ ଆଉଟ ପୋଷ୍ଟର ଲାଇଟ ବନ୍ଦ ହୋଇଥିବାର ଦେଖି ଫାଣ୍ଡି ଭିତରକୁ ପଶିଯାଇଥିଲେ । ଯୁବତୀ ଜଣକ ଯୁବକ ମାନଙ୍କ ଆଗରେ ସମସ୍ତ କଥା କହିଥିବା ବେଳେ ଯୁବକ ମାନେ ପୋଲିସକୁ ଖବର ଦେଇଥିଲେ । ଟାଙ୍ଗି ପୋଲିସ ଏହି ଘଟଣାରେ ହୋମଗାଡର଼୍ ସମେତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।  

 

ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ରେହମାନର ଆଡ୍ଡା ଠାରୁ ଆରମ୍ଭ କରି ବହୁ ଚୋରା ଓ ନକଲି କାରବାରର ପେଣ୍ଠସ୍ଥଳ, ହାଜତରେ ତଂଟିକାଟି ଆତ୍ମହତ୍ୟା ଓ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ୩ଜଣ ପୋଲିସ କର୍ମଚାରୀ ଜେଲ ଯିବା ଘଟଣାକୁ ନେଇ ଟାଙ୍ଗି ଥାନା ପୋଲିସ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା । ଏବେ ଏଭଳି ଘଟଣା ପୁଣି ଥରେ ପୋଲିସକୁ ସାଧାରଣରେ ନିନ୍ଦିତ କରିଛି ।

Related News