Top Stories

Search here...

News

କୋଭିଡ ଟିକାକୁ ନେଇ ନବୀନଙ୍କ ପ୍ରସ୍ତାବକୁ ପ୍ରଶଂସା କଲେ ‘ଦ ପ୍ରିଣ୍ଟ୍’ ର ପ୍ରତିଷ୍ଠାତା 

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 04:46 AM

ମୁଖ୍ୟମନ୍ତ୍ରୀଙ୍କ ଚିଠିର ଫଟୋକୁ ଟ୍ୱିଟ୍ କରି ଶ୍ରୀ ଗୁପ୍ତା ଲେଖିଛନ୍ତି ଯେ ଟିକା ଯୋଗାଣର ବିକେନ୍ଦ୍ରୀକରଣ କରି ଏହାକୁ ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ଏହା ଏକ ଭଲ ପ୍ରସ୍ତାବ ରଖିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖି କରୋନା ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ରଖିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଖୋଲା ସମର୍ଥନ ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ‘ଦ ପ୍ରିଣ୍ଟ୍’ର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା । ମୁଖ୍ୟମନ୍ତ୍ରୀଙ୍କ ଚିଠିର ଫଟୋକୁ ଟ୍ୱିଟ୍ କରି ଶ୍ରୀ ଗୁପ୍ତା ଲେଖିଛନ୍ତି ଯେ ଟିକା ଯୋଗାଣର ବିକେନ୍ଦ୍ରୀକରଣ କରି ଏହାକୁ ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ପ୍ରସ୍ତାବ ରଖିଛନ୍ତି ।

 

ଅନୁମୋଦିତ ବିଭିନ୍ନ କରୋନା ଟିକା କ୍ରୟ କରିବାକୁ ରାଜ୍ୟ ସରକାର ତଥା ଘରୋଇ ପ୍ରତିଷ୍ଠାନମାନଙ୍କୁ ଅନୁମତି ଦିଆଗଲେ ଟିକାକରଣ ପ୍ରକ୍ରିୟା ଆହୁରି ବ୍ୟାପକ ହୋଇପାରିବ । ଟିକାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଦ୍ୱାରା ଅଯଥା ବହୁ ଲୋକଙ୍କ ଜୀବନହାନୀ ହେଉଛି । ଅନ୍ୟପଟେ ଶ୍ରୀ ଗୁପ୍ତାଙ୍କ ଏହି ଟ୍ୱିଟ୍ ପରେ ଜବାବ ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର । ସେ ରିଟ୍ୱିଟ୍ କରି ଲେଖିଛନ୍ତି ଯେ ଶ୍ରୀ ଗୁପ୍ତା ଶକ୍ତିଶାଳୀ, ଧନୀ ଏବଂ ଆଭିଜାତ୍ୟ ବର୍ଗର ଲୋକଙ୍କ କଥା କହୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଜୀବନ ରକ୍ଷାକାରୀ ଟିକାର ସମାନ ବିତରଣ ବ୍ୟବସ୍ଥା ଆପଣେଇଛନ୍ତି । ହେଲେ ଶ୍ରୀ ଗୁପ୍ତା ଏହାକୁ ଅଣଦେଖା କରୁଛନ୍ତି । ଯଦି ଶ୍ରୀ ଗୁପ୍ତା ବଡ଼ ବଡ଼ିଆଙ୍କ ପରିବେଶରୁ ବାହାରି ଆସି ଦେଖିବେ, ବିଗତ ୨୧ ବର୍ଷ ଧରି ନବୀନ ବାବୁଙ୍କ ଦୁର୍ନୀତି ପନ୍ଥା ଏବଂ ଶୋଚନୀୟ ସ୍ୱାସ୍ଥ୍ୟସେବା ନିଶ୍ଚୟ ତାଙ୍କ ଆଖିରେ ପଡ଼ିବ । ସେ ଜାଣନ୍ତୁ ଯେ ନବୀନ ସରକାର ମାମୁଲି ମାସ୍କକୁ ମଧ୍ୟ ବିନା କାଣ୍ଟଛାଣ୍ଟରେ କିଣିବାକୁ ଅକ୍ଷମ । 
 

Related News