Top Stories
Search here...
News
ପାକିସ୍ତାନୀଙ୍କ ପ୍ରବେଶ ଉପରେ ବ୍ୟାନ ଲଗାଇଲା ବ୍ରିଟେନ,ପଢନ୍ତୁ କାରଣ
Posted On - 2 weeks ago
ବ୍ରିଟେନ ଯାଇପାରିବେ ନାହିଁ ପାକିସ୍ତାନୀ ନଗରୀକ,୯ ଏପ୍ରିଲରୁ କାର୍ଯ୍ୟକାରୀ ହେବ କଟକଣା
BBSR Reporters
ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏବେ କରୋନାର ଏହି ଦ୍ୱିତୀୟ ଲହରୀ ସମସ୍ତଙ୍କ ଲାଗି ପାଲଟିଛି ଚିନ୍ତାର କାରଣ । ଏହାକୁ ନଜରରେ ରଖି ବିଭିନ୍ନ ଦେଶ କରୋନା ସଂକ୍ରମଣକୁ ରୋକିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ପାକିସ୍ତାନ ସମେତ ଅନ୍ୟ କେତୋଟି ଦେଶଙ୍କ ଉପରେ କଟକଣା ଲଗାଇଛି ବ୍ରିଟେନ । ଏହି କଟକଣା ୯ ଏପ୍ରିଲରୁ କାର୍ଯ୍ୟକାରୀ ହେବ ।
ଏହି କଟକଣା ଲାଗୁ ହେବା ପରେ ବ୍ରିଟେନ ଯାଇ ପାରିବେ ନାହିଁ ପାକିସ୍ତାନ ନାଗରୀକ । କେବଳ ପାକିସ୍ତାନ ନୁହେଁ ବାଂଲାଦେଶ,କେନିଆ,ଫିଲିପାଇନ୍ସ,ଚିଲି ଆଦି ଅନେକ ଦେଶ ଉପରେ ଏହି କଟକଣା ଲାଗୁ କରାଯାଇଛି । କିନ୍ତୁ ଏହି ସବୁ ଦେଶରେ ରହୁଥିବା ବ୍ରିଟିଶ ନାଗରୀକ ଦେଶକୁ ଫେରିପାରିବେ । ସେମାନଙ୍କ ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ । କିନ୍ତୁ ଦେଶକୁ ଫେରିଲେ ସେମାନଙ୍କୁ ଦଶ ଦିନିଆ କ୍ୱାରେନଣ୍ଟାଇନରେ ରହିବାକୁ ପଡିବ । ପାକିସ୍ତାନରେ ବ୍ରିଟିଶ ଆମ୍ବାସେଡର ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ।
ସୂଚାନଯୋଗ୍ୟ,ଏବେ ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଭାରତରେ ମଧ୍ୟ ସମାନ ସ୍ଥିତି । ଦେଶରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେତୋଟି ରାଜ୍ୟରେ ଏହା ଅତି ଭୟଙ୍କର ରୂପ ନେଇ ସାରିଲାଣି । ଗତ ଚବିଶ ଘଣ୍ଟା ମଧ୍ୟରେ ପ୍ରାୟ ୮୧୦୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ଗତ ୨୪ ଘଣ୍ଟାରେ ୪୬୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।