Top Stories

Search here...

News

ଟିଟିପିଏସ୍ କାର୍ଯ୍ୟକ୍ଷମ ଦାବିରେ ୭ରେ ଅନୁଗୁଳ ବନ୍ଦ ଡାକରା ଦେଲା ବିଜେଡି

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 08:59 PM


ଜିଲ୍ଲାର ଲୋକ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଚିଠିଟିଏ ଲେଖି ଅନୁରୋଧ କରିବା ଦୁଃଖର ବିଷୟ ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି ।

 

BBSR Reporters

 


ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ଥର୍ମାଲ ପାୱାର ଷ୍ଟେଶନ୍(ଟିଟିପିଏସ୍) କୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଅନୁଗୁଳ ଜିଲ୍ଲା ବିଜେଡି ତରଫରୁ ଆସନ୍ତା ୭ ତାରିଖ ଦିନ ଅନୁଗୁଳ ଜିଲ୍ଲାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବ ବୋଲି କୁହାଯାଇଛି । ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ, ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂ ଓ ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କୁମୁଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ କହିଥଲେ ଯେ ୧୯୬୮ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ସେତେବେଳର କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ୨୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ସମ୍ପର୍ଣ୍ଣ ଥର୍ମାଲ ପାୱାର ଷ୍ଟେଶନ ନିର୍ମାଣ କରାଯାଇଥଲା । ପରେ ୧୯୮୨ ମସିହାରେ ପୁଣି ଏହାର ସମ୍ପ୍ରସାରଣ କରାଯାଇ ମୋଟ ୪୬୦ ମେଗା ୱାଟ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ନିର୍ମାଣ କରାଗଲା । ଏହି ପ୍ଲାଣ୍ଟ ଏବେବି କାର୍ଯ୍ୟକ୍ଷମ ହେବା ପରିସ୍ଥିତିରେ ଅଛି ।

 

 

କିନ୍ତୁ ଏନ୍ଟିପିସି କତ୍ତୃପକ୍ଷ ଏହାର ପ୍ରଦୁଷଣ କ୍ଷମତା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ କରିଲେ ନାହିଁ । ଯାହାଫଳରେ ଏହାର ଅବଧି ଶେଷ ହୋଇଯାଇଛି କହି ପ୍ଲାଣ୍ଟକୁ ବନ୍ଦ କରିଦେଲେ । ଯାହାଫଳରେ ଏହି ପ୍ଲାଣ୍ଟ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ସେମାନଙ୍କ ଜୀବନ ଜୀବୀକା ହରାଇଛନ୍ତି । ପ୍ଲାଣ୍ଟରେ କାର୍ଯ୍ୟକରୁଥିବା ୨୫୦ ସ୍ଥାୟୀ କର୍ମଚାରୀ ଓ ୧୬ ଶହ ଠିକା ଶ୍ରମିକଙ୍କ ରୋଜଗାର ଚାଲି ଯାଇଛି । ଏଥିସହ ଏହି ପ୍ଲାଣ୍ଟର ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଥିବା ୬ଟି ପଞ୍ଚାୟତ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏଠାର ବିଦ୍ୟୁତ ନେଉଥିବା ଆମ ରାଜ୍ୟକୁ ମିଶାଇ ୬ଟି ରାଜ୍ୟରେ ବଦ୍ୟୁତ ସଙ୍କଟ ଦେଖାଦେବ ।

 

 

ଏହାକୁ କାର୍ଯ୍ୟକ୍ଷମ କରାଇବା ସହ ୩ୟ ପର୍ଯ୍ୟାୟ ସମ୍ପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କଚ ଚିଠି ଲେଖି ଜଣାଇଥିଲେ । ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପ୍ଲାଣ୍ଟକୁ ବନ୍ଦ କରିଦିଆଗଲା । ଅନ୍ୟପକ୍ଷରେ ଜିଲ୍ଲାର ଲୋକ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଚିଠିଟିଏ ଲେଖି ଅନୁରୋଧ କରିବା ଦୁଃଖର ବିଷୟ ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଚାଲ ରହିଛି । ଏହାକୁ ବନ୍ଦ କରିବାକୁ ଏନ୍ଟିପିସି ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ ହୋଇଛି । ତେଣୁ ଟିଟିପିଏସ୍କୁ କାର୍ଯ୍ୟକ୍ଷମ କରିବା ଦାବିରେ ଅନୁଗୁଳ ଜିଲ୍ଲାକୁ ଶାନ୍ତି ଶୃଙ୍ଖଳାର ସହ ବନ୍ଦ କରାଯିବ ବୋଲି କୁହଯାଇଛି ।


 

Related News