Top Stories
Search here...
News
ଟିଟିପିଏସ ବନ୍ଦ ପ୍ରତିବାଦରେ ବିଜେଡିର ଅନୁଗୁଳ ବନ୍ଦ ପାଳନ
Posted On - 1 week ago
କେନ୍ଦ୍ର ସରକାର ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି ।
BBSR Reporters
ଟିଟିପିଏସ ବନ୍ଦ ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦେଇଛି ବିଜେଡି । ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ସରକାରୀ , ବେସରକାରୀ କାର୍ୟ୍ୟାଳୟ ସମେତ ଦୋକାନ ବଜାର ବନ୍ଦ ରହିଛି । ଦୋକାନ ବଜାର ବନ୍ଦ କରିବା ପାଇଁ ଜିଲ୍ଲାବାସୀଙ୍କୁ ଦଳ ପକ୍ଷରୁ ନିବେଦନ କରାଯାଇଛି । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଯେଉଁଭଳି ଭାବେ ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ବନ୍ଦ କରିଦେଲେ ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ପ୍ଲାଣ୍ଟକୁ ବନ୍ଦ ଯୋଗୁ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଛନ୍ତି । ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରାଯାଉ ନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏଭଳି ତରବରିଆ ଭାବରେ ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରିଛି ବିଜେଡି । ଟିଟିପିଏସର ଚାଲିବା ପାଇଁ ସମସ୍ତ ସୁବିଧା ଥିଲା, ହେଲେ ଏନଟିପିସି କର୍ତ୍ତୃପକ୍ଷ ପ୍ରଦୂଷଣ ମଞ୍ଜୁରୀ ବାହାନା କରି ଏହାକୁ ବନ୍ଦ କରି ଦେଇଛନ୍ତି । ବନ୍ଦ ପଛରେ ବଡ଼ ଧରଣର ଚକ୍ରାନ୍ତ ଥିବା ବିଜେଡି ଅଭିଯୋଗ କରିଛି । କେନ୍ଦ୍ର ସରକାର ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି । ଏହାର ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି । ତେବେ ଜିଲ୍ଲାର ସମସ୍ତ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଠମଲ୍ଲିକରେ ଟାୟାର ଜାଳି ବନ୍ଦ ପାଳନ କରିଛନ୍ତି ଆନ୍ଦୋଳନକାରୀ ।