Top Stories

Search here...

News

୩୫ ବର୍ଷର ଭାଙ୍ଗିଲା ରେକର୍ଡ: ପ୍ରଥମ ଥର ପାଇଁ କମିଲା ବିଦ୍ୟୁତ୍ ଚାହିଦା

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 09:18 PM

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଲକଡାଉନ୍  ହେତୁ ଅଗଷ୍ଟରେ ଶେଷ ହୋଇଥିବା ଛଅ ମାସ ପାଇଁ ବିଦ୍ୟୁତ୍ ବ୍ୟବହାରରେ ହ୍ରାସ ଘଟିଥିଲା ।

 

BBSR Reporters

 


ନୂଆଦିଲ୍ଲୀ: ୩୫ ବର୍ଷ ମଧ୍ୟରେ ଭାରତର ବାର୍ଷିକ ବିଦ୍ୟୁତ୍ ଚାହିଦା ପ୍ରଥମ ଥର ପାଇଁ ହ୍ରାସ ପାଇଲା । ମାର୍ଚ୍ଚ ୨୦୨୧ ରେ ଶେଷ ହୋଇଥିବା ବର୍ଷରେ ବିଦ୍ୟୁତ୍ ଚାହିଦା ୧% ହ୍ରାସ ପାଇଛି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ  ଲକଡାଉନ୍ ଲାଗୁ ହେତୁ ଅଗଷ୍ଟରେ ଶେଷ ହୋଇଥିବା ଛଅ ମାସ ପାଇଁ ବିଦ୍ୟୁତ୍ ବ୍ୟବହାରରେ ହ୍ରାସ ଘଟିଥିଲା ।

 

 

 ଅଗଷ୍ଟ ପରେ ଲକ୍ଡାଉନ ଉଠି ଯିବାରୁ ଚାହିଦା ବୃଦ୍ଧି ପାଇଥିଲା । ଫଳରେ ଉପôାଦନ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୨୩.୩ ପ୍ରତିଶତ ବୃଦ୍ଧି ପାଇଥିଲା । ମାତ୍ର ବାର୍ଷିକ ହାର ଅନୁସାରେ ପୂର୍ବ ବର୍ଷ ତୁଳନାରେ ୨୦୨୦/୨୧ ବର୍ଷରେ ବିଦ୍ୟୁତ୍ ଉତ୍ପାଦନ ୦.୨ ପ୍ରତିଶତ ହ୍ରାସ ପାଇଛିି । ମାର୍ଚ୍ଚରେ ଶକ୍ତି ଉତ୍ପାଦନ ଗତ ୬ମାସ ମଧ୍ୟରେ ହାରାହାରି ୬% ବୃଦ୍ଧି ପାଇଛି । କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ପୁନଃ ଲକ୍ଡାଉନ ଲାଗୁ କରାଯିବା ଯୋଗୁଁ ବିଦ୍ୟୁତ୍ ବ୍ୟବହାରରେ ନାଟକୀୟ ହ୍ରାସ ଘଟିଛି । ଅର୍ଥନୈତିକ କାର୍ଯ୍ୟକଳାପରେ ପିକଅପ୍ ହେତୁ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ଉତ୍ତର ଭାରତରେ ଅଧିକ ତାପମାତ୍ରା ରେକର୍ଡ ହେତୁ ବିଦ୍ୟୁତ୍ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । 
 

Related News