Top Stories

Search here...

News

ଡିସେମ୍ବର ସୁଦ୍ଧା ମାସକୁ କୋଭିସିଲ୍ଡର ୧୨୦, କୋଭାକ୍ସିନର ୫୮ ମିଲିୟନ ଡୋଜ୍ ଉତ୍ପାଦନ କରିବ: ସ୍ୱାସ୍ଥ୍ୟମନ୍ତ୍ରୀ

Posted On - 1 month ago
Edited By Team BbsrReporters
LAST UPDATED Sep 23, 2021 03:35 AM

ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ କୋଭିସିଲ୍ଡର ଉତ୍ପାଦନ କରୁଥିବା ବେଳେ ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ କୋଭାକ୍ସିନର ଉତ୍ପାଦନ କରୁଛି । 

 

BBSR Reporters

 

ନୂଆଦିଲ୍ଲୀ: ଭାରତୀୟ ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।  ଡିସେମ୍ବର ସୁଦ୍ଧା ମାସକୁ କୋଭିସିଲ୍ଡର ୧୨୦ ମିଲିୟନ ଡୋଜ୍ ଓ କୋଭାକ୍ସିନର ୫୮ ମିଲିୟନ ଡୋଜ୍ ଉତ୍ପାଦନ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି । ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନ କ୍ଷମତା ବର୍ତ୍ତମାନ କେତେ ରହିଛି ଓ ଆଗକୁ ଏହା ମାସିକ କେତେରେ ପହଞ୍ଚିବ, ସେ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଗୃହକୁ ବିସ୍ତୃତ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

 

ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଉତ୍ପାଦକାରୀ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କୋଭିସିଲ୍ଡର ମାସିକ ଉତ୍ପାଦନ କ୍ଷମତା ୧୧୦ ମିଲିୟନ ଡୋଜରୁ ୧୨୦ ମିଲିୟନ ଡୋଜରେ ପହଞ୍ଚିବ । ସେହିପରି କୋଭାକ୍ସିନର ମାସିକ ଉତ୍ପାଦନ ୨୫ ମିଲିୟନ ଡୋଜରୁ ୫୮ ମିଲିୟନ ଡୋଜ୍ ହେବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ହିଁ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

 

ସେ ଆହୁରୀ କହିଛନ୍ତି, ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ କୋଭିସିଲ୍ଡର ଉତ୍ପାଦନ କରୁଥିବା ବେଳେ ଭାରତ ବାୟୋଟେକ କୋଭାକ୍ସିନର ଉତ୍ପାଦନ କରୁଛି । ଭାରତ ବାୟୋଟେକ ହାଇଦ୍ରାବାଦରେ ରହିଛି । ଏଥିସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ‘ମିଶନ କୋଭିଡ ସୁରକ୍ଷା- ଭାରତୀୟ କୋଭିଡ-୧୯ ଟିକା ବିକାଶ ମିଶନ’ ଆରମ୍ଭ କରିଛି ।
 

Related News