Top Stories

Search here...

News

ଜନ୍ମଦିନ ଅବସରରେ ଅଙ୍ଗଦାନ କରିବା ପାଇଁ ଚୁକ୍ତି ପରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 08:07 PM

ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

 

BBSR Reporters


ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର  ନିଜର ଜନ୍ମଦିନ ଅବସରରେ ଅଙ୍ଗଦାନ କରିଛନ୍ତି ।  ଶ୍ରୀମତୀ ମିଶ୍ର କଟକସ୍ଥିତ ସମାଜ କାର୍ଯ୍ୟାଳୟ ପରିସରରେ ଥିବା ‘ଶରୀର ଓ ଅଙ୍ଗଦାନ ଅଭିଯାନ’ ସଭାପତି ତଥା ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କୁ ଭେଟି ମୃତ୍ୟୁ ପରେ ତାଙ୍କର ଶରୀରକୁ ଅନ୍ୟକୁ ଦାନ କରିବା ନିମନ୍ତେ ଚୁକ୍ତି ସହ  ସତ୍ୟପାଠ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶ୍ରୀମତୀ ମିଶ୍ରଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । 

 

 

 

ଶ୍ରୀମତୀ ମିଶ୍ର ଅଙ୍ଗଦାନ କରିବା ପରେ କହିଛନ୍ତି ଯେ, ସଚେତନତାର ଅଭାବ ହେଉ କି ଅନ୍ଧବିଶ୍ୱାସ ଯୋଗୁ ଭାରତରେ ସେଭଳି ଆଖିଦୃଶିଆ ଅଙ୍ଗଦାନ ହୋଇପାରୁ ନାହିଁ  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ତେଣୁ ଅଙ୍ଗଦାନ କରି ଯଦି ଏଭଳି ଲୋକଙ୍କ ମୁହଁରେ ଓ ସେମାନଙ୍କର ପରିବାର ମୁହଁରେ ଟିକେ ହସ ଫୁଟାଇ ପାରିବା, ତା’ହେଲେ ଏହାଠାରୁ ବଡ଼ ମହତ କାମ ଓ ଆତ୍ମସନ୍ତୋଷ ଆଉ କିଛି ହୋଇନପାରେ ବୋଲି ସେ କହିଛନ୍ତି ।

 

 

ଶ୍ରୀମତୀ ମିଶ୍ର କହିଛନ୍ତି, ଅଙ୍ଗଦାନ ସବୁଠୁ ମହତ ଦାନ। ମୃତ୍ୟୁପରେ ସ୍ୱେଚ୍ଛାକୃତ ଅଙ୍ଗଦାନକୁ ପ୍ରୋତ୍ସାହିତ କରାଗଲେ ଅନେକ  ଜୀବନ ବଂଚାଇ ହେବ।  ମୃତ୍ୟୁ ପରେ ମୋ ଶରୀର ଅନ୍ୟ କାହାରି ଜୀବନ ବଂଚାଇବା ସହ ଚିକିତ୍ସା ବିଜ୍ଞାନ ଗବେଷଣା ପାଇଁ ଉପଯୋଗ ହେଉ ବୋଲି ଆଶା ରଖିଛି । ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

Related News