Top Stories

Search here...

News

କରୋନା ଭୂତାଣୁକୁ ଜୈବ ଅସ୍ତ୍ର କରିବାକୁ ଚାହୁଁଥିଲା ଚୀନ୍ !

Posted On - 1 month ago
Edited By Team BbsrReporters
LAST UPDATED Jun 19, 2021 07:30 PM

ଏକ ଦସ୍ତାବିଜ୍ ଅନୁଯାୟୀ କୋଭିଡ୍ ମହାମାରୀ ଦେଖାଦେବାର ୫ ବର୍ଷ ପୂର୍ବରୁ ଚୀନ୍ର ସାମରିକ ବୈଜ୍ଞାନିକମାନେ ସାର୍ସ କରୋନା ଭାଇରସକୁ ଜୈବ ଅସ୍ତ୍ର ଭାବରେ ପ୍ରୟୋଗ କରିବାକୁ ଚିନ୍ତା କରୁଥିଲେ ।

 

BBSR Reporters

 

ୱାଶିଂଟନ୍: ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଛି । ଚୀନ୍ କରୋନା ଭୂତାଣୁର ଉପôତ୍ତିସ୍ଥଳ ବୋଲି ଦର୍ଶାଇ ବିଶ୍ୱବ୍ୟାପୀ ଏହାକୁ ନିନ୍ଦା କରାଯାଉଛି । ଏହି ପରିପ୍ରେକ୍ଷୀରେ ଚୀନ୍ ଏକଦା କରୋନା ଭୂତାଣୁକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମଗ୍ର ବିଶ୍ୱରେ ନିଜର ସାମରିକ ଓ କୂଟନୈତିକ ପ୍ରଭାବ ବିସ୍ତାର କରିବା ପାଇଁ ଯୋଜନା କରୁଥିଲା ବୋଲି ସଦ୍ୟ ପ୍ରଘଟ ହୋଇଥିବା ଦସ୍ତାବିଜ୍ରୁ ଜଣାପଡ଼ିଛି । ଏହି ଦସ୍ତାବିଜ୍ ଏବେ ଆମେରିକା ସରକାରଙ୍କ ହସ୍ତଗତ ହୋଇଛି ।

 


ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୧୫ ମସିହାରେ ଚୀନ୍ର ସାମରିକ ବିଜ୍ଞାନୀ ଓ ଜନସ୍ୱାସ୍ଥ୍ୟ ବୈଜ୍ଞାନିକଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ହୋଇଥିବା ଗୋପନ ଆଲୋଚନା ଆମେରିକାର ଏହି ଦସ୍ତାବିଜ୍ରେ ସ୍ଥାନ ପାଇଛି । ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି(ପିଏଲ୍ଏ) କମାଣ୍ଡରଙ୍କ ମତରେ ତୃତୀୟ ବିଶ୍ୱଯୁଦ୍ଧରେ ଜୈବ ଅସ୍ତ୍ରର ପ୍ରୟୋଗ ହେବ । ଏହି ଯୁଦ୍ଧରେ ଏକ ସମ୍ଭାବ୍ୟ ଅସ୍ତ୍ର ଭାବରେ କରୋନା ଭୂତାଣୁକୁ ବ୍ୟବହାର କରାଯାଇପାରିବ । କରୋନା ଭୂତାଣୁକୁ କୃତି୍ରମ ଉପାୟରେ ଏପରି ଭାବରେ ପ୍ରସ୍ତୁତ କରାଯିବ, ଯେପରିକି ଏହାଦ୍ୱାରା ସମଗ୍ର ବିଶ୍ୱରେ ଅଭୂତପୂର୍ବ ଆତଙ୍କ ଖେଳିଯିବ ବୋଲି ଚୀନ୍ ବୈଜ୍ଞାନିକମାନେ ବିଚାର କରୁଥିଲେ ।

 

ଉଲ୍ଲେଖଯୋଗ୍ୟ, ଆମେରିକା ବାୟୁସେନାର କର୍ଣ୍ଣେଲ ମାଇକେଲ ଜେ. ଐନକଫ୍ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ ତୃତୀୟ ବିଶ୍ୱଯୁଦ୍ଧରେ ଜୈବ ଅସ୍ତ୍ର ପ୍ରୟୋଗ କରାଯିବ । ଏହି ଦସ୍ତାବିଜ୍ ଅନୁଯାୟୀ କୋଭିଡ୍ ମହାମାରୀ ଦେଖାଦେବାର ୫ବର୍ଷ ପୂର୍ବରୁ ଚୀନ୍ର ସାମରିକ ବୈଜ୍ଞାନିକମାନେ ସାର୍ସ କରୋନା ଭାଇରସକୁ ଜୈବ ଅସ୍ତ୍ର ଭାବରେ ପ୍ରୟୋଗ କରିବାକୁ ଚିନ୍ତା କରୁଥିଲେ । ଅଷ୍ଟ୍ରେଲିଆ କୋଭିଡ୍-୧୯ର ଉପôତ୍ତିସ୍ଥଳ ସମ୍ପର୍କରେ ଅନୁସନ୍ଧାନ କଲାବେଳେ ଏହା ଜାଣିପାରିଛି । ରବର୍ଟ ପୋଟର୍ ନାମରେ ଜଣେ ଡିଜିଟାଲ ଫରେନ୍ସିକ୍ ବିଶେଷଜ୍ଞ କହିଛନ୍ତି, ଏହି ଦସ୍ତାବିଜ୍କୁ ଯାଞ୍ଚ କରାଯାଇ ଏହାର ସତ୍ୟତା ସ୍ପଷ୍ଟ ହୋଇଛି ।

Related News