Top Stories

Search here...

News

ବିଜେଡିରେ କଳି ପଡିପାରେ ମହଙ୍ଗା: ବାଜି ମାରି ନେଇପାରନ୍ତି ସତ୍ୟନାରାୟଣ !

Posted On - 1 week ago
Edited By Team BbsrReporters
LAST UPDATED Apr 19, 2021 09:32 AM

ବାଲେଶ୍ଵର: ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବଜାର ରେ ରାଜନୈତିକ ହିଂସା ଘଟି ଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବିଜେଡ଼ି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବସ୍ତା ୧୫ ନଂ  ଜୋନ୍ ର ଜିଲ୍ଲା ପରିଷଦ ନିର୍ବାଚନ କୁ ନେଇ ବିଜେଡ଼ି ଏବଂ କଂଗ୍ରେସ କର୍ମୀ ଙ୍କ ମଧ୍ୟ ରେ ବଚସା ହେଇଥିଲା । କ୍ରମେ ତାହା  ଗଣ୍ଡଗୋଳର ରୂପ ନେଇଥିଲା ଏବଂ ସେଥିରେ ବିଜେଡ଼ିର ଯୁବ ସଭାପତି ସଞ୍ଜୟ ପ୍ରଧାନ ଙ୍କ ସହିତ କିଛି କଂଗ୍ରେସ୍ କର୍ମୀ ମଧ୍ୟ ଆହତ ହୋଇଥିବା ର ସୂଚନା ମିଳିଛି । 

 

ଆଗାମୀ ଜିଲ୍ଲା ପରିଷଦ ଉପ ନିର୍ବାଚନ ରେ ବିଜେଡ଼ିର ପ୍ରାର୍ଥୀ ମହାଦେବ ଦାସ କଂଗ୍ରେସର ପୂର୍ବତନ ନେତା ଏବଂ ଏହି ଜୋନରୁ କଂଗ୍ରେସ ଟିକେଟରେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଛନ୍ତି ।  ଶ୍ରୀ ଦାସ ଦଳ ବଦଳ କରି ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଏକାନ୍ତ ଅନୁଗାମୀ ଭାବେ ମଧ୍ୟ ବେଶ ଜଣାଶୁଣା । ଏହି ଆସନ ରୁ ଦିଗଙ୍ଗତ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡ଼ି ର ପୁରୁଖା ନେତା ସ୍ବର୍ଗତ ତ୍ରିଲୋଚନ ବେହେରା ଙ୍କ ପରିବାର ରୁ କିମ୍ବା ବିଜେଡ଼ି ର କେହି ପୁରୁଖା ନେତା ଙ୍କୁ ଦଳ ପ୍ରାର୍ଥୀ କରିବାକୁ କର୍ମୀ ମାନେ ଆଶା କରିଥିବା ବେଳେ, ଦଳ ମହାଦେବ ଦାସ ଙ୍କ ଉପରେ ଆସ୍ଥା ପ୍ରକଟ କରିବାକୁ ବିଜୁ ଜନତା ଦଳ ର କର୍ମୀ ମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏଣୁ ବିଜେଡ଼ି ରେ ଗୋଷ୍ଠୀ କନ୍ଦଳ ତେଜୁଥିବାର ଜଣା ପଡୁଛି । 

 

ଆଗାମୀ ସାଧାରଣ ନିର୍ବାଚନ ରେ  ସମାଜସେବୀ, ତଥା ଜିଲ୍ଲା ସଭାପତି ଶ୍ରୀ ଜେନା ଙ୍କ ପତ୍ନୀ ସୁବାସିନୀ ଜେନା ପ୍ରାର୍ଥୀ ହେବାର ସମ୍ଭାବନା ଥିବା ରୁ ଶାସକ ବିଜେଡ଼ି ଯେକୌଣସି ଉପାୟ ରେ ଏହି ଆସନ କୁ ହାତ ଛଡା କରିବାକୁ ଚାହୁଁ ନାହିଁ । ଏଥି ନିମନ୍ତେ ଦଳ ପକ୍ଷରୁ ସମସ୍ତ କୌଶଳ ଲଗାଯାଇଥିବାର ଜଣା ଯାଇଛି ।

 

କଂଗେସର କର୍ମୀ ମାନଙ୍କ ଅନୁସାରେ, ବିଜେଡ଼ି ନିଜର ଗୋଷ୍ଠୀକନ୍ଦଳକୁ ଲୋକଲୋଚନକୁ ନ ଆଣିବାକୁ ଏପରି ହିଂସା କାଣ୍ଡ ଭିଆଉଛି । ଆଗକୁ ହେବାକୁ ଥିବା ଜିଲ୍ଲା ପରିଷଦ ଉପ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ସତ୍ୟ ନାରାୟଣ ଗୁପ୍ତାଙ୍କ ପଲ୍ଲା ଭାରି ଥିବାରୁ ବିଜେଡ଼ି କର୍ମୀଙ୍କ ମଧ୍ୟରେ ପରାଜୟର ଆଶଙ୍କା ଦେଖା ଦେବା ସହ ରେ ରକ୍ତ ଚାଉଳ ଚୋବଉଛନ୍ତି ଅସନ୍ତୁଷ୍ଟ କର୍ମୀ । ସେହିପରିଭାବେ ଶ୍ରୀଯୁକ୍ତ ଗୁପ୍ତା ଜଣେ ସଚ୍ଚୋଟ, ମିଷ୍ଟଭାସୀ, ପରୋପକାରୀ ଓ ସମାଜସେବୀ ତଥା ତୃଣମୂଳ ସ୍ଥରର ନେତା ହୋଇଥିବାରୁ, ତାଙ୍କ ବିଜୟ ନେଇ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି  କଂଗ୍ରେସ୍ ଦଳର କର୍ମକର୍ତ୍ତା ।

 

ସୂଚନାଯୋଗ୍ୟ ଯେ ଆଜି ବସ୍ତାଠାରେ କଂଗ୍ରେସର ନିର୍ବାଚନୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶାସକ ଗୋଷ୍ଠୀର କିଛି କର୍ମୀ ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ରେ ବସ୍ତା ର ରାଜନୈତିକ ପାଣିପାଗ ସରଗରମ ହେବା ରେ ଲାଗିଛି ।

Related News