dd dd

Top Stories

Search here...

News

ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

Posted On - 2 hours ago

ଆସନ୍ତା ୧୧ରୁ  ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ଶେଷ ସେମିଷ୍ଟାର ପିଲାଙ୍କର ପାଠ ପଢ଼ା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।


BBSR Reporters


ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ରବିବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୧ରୁ ହିଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ଶେଷ ସେମିଷ୍ଟାର ପିଲାଙ୍କର ପାଠ ପଢ଼ା ଆରମ୍ଭ ହେବ । ପ୍ରାଥମିକ ଭାବେ ୟୁଜି ର ୫ମ ଓ ପିଜିର ୩ୟ ତଥା ଶେଷ ସେମିଷ୍ଟାର ଛାତ୍ରୀଛାତ୍ରଙ୍କ ପାଇଁ ପାଠ୍ୟକ୍ରମ ପାଳନ କରାଯାଇଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

 
ମିଳିଥିବା ସୁଚନା ମୁତାବକ, ଶେଷ ବର୍ଷରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଓ ପାଠ ପଢ଼ା ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏହି ମର୍ମରେ ଗତ କିଛିଦିନ ତଳୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସଫା କରାଯାଉଥିବା ବେଳେ ଆସନ୍ତା ୧୦ରୁ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ପ୍ରକ୍ରିୟାକୁ ବିଭାଗ ପକ୍ଷରୁ ତ୍ୱରାନ୍ୱିତ କରାଯିବା ସହ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ଓ ପରୀକ୍ଷା ସୁଚୀ ପ୍ରକାଶ ପାଇଛି । 


ଆସନ୍ତା ୧୧ରୁ ମାର୍ଚ୍ଚ ୧୫ ଯାଏ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରେ କ୍ଲାସ କରାଯିବ । ମାର୍ଚ୍ଚ ୧୬ରୁ ୩୧ ପର୍ଯ୍ୟନ୍ତ ଉଭୟ ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କ ପରୀକ୍ଷା ହେବ । ହୋଇଥିବା ସଂପୃକ୍ତ ପରୀକ୍ଷାର ଫଳ ଏପ୍ରିଲ ୩୦ ସୁଦ୍ଧା ପ୍ରକାଶ ପାଇବ । ସେହିପରି ଏପ୍ରିଲ ୨ରୁ ୧୫ ଯାଏ ଶେଷ ସେମିଷ୍ଟାର କ୍ଲାସ୍ ହେବ ଓ ଜୁଲାଇ ୧୫ ଭିତରେ ହୋଇଥିବା ପାରକ୍ଷାର ଫଳ ପ୍ରକାଶିତ ହେବ । ତେବେ   ରାଜ୍ୟ ସରକାର ଦ୍ୱାରା ଜାରି କରାଯାଇଥିବା କରୋନା କଟକଣାକୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଦୃଢ଼ ଭାବେ ପାଳନ କରିବେ ବୋଲି ବିଭାଗ ପକ୍ଷରୁ ସଂପୃକ୍ତ ବିଜ୍ଞପ୍ତିିରେ ଉଲ୍ଲେଖ ଥିବା ନଜରକୁ ଆସିଛି ।


 
 Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

satta king tw