Top Stories

Search here...

News

କମିଶନରେଟ୍ ପୁଲିସର ସ୍ପେଶାଲ ଡ୍ରାଇଭ ସଫଳ:୨ ମାସରେ ୬୦ ଅଭିଯୁକ୍ତ ଗିରଫ

Posted On - 3 weeks ago
Edited By Team BbsrReporters
LAST UPDATED May 11, 2021 06:23 AM

ଦୁଇ ମାସ ମଧ୍ୟରେ ୩୦୦ ମୋବାଇଲ, ୧୦୦ ବାଇକ ଜବତ କରିଛି ପୁଲିସ  ।

 

BBSR Reporters

 


ଭୁବନେଶ୍ୱର:ରାଜଧାନୀରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ ସଫଳ ହେଉଥିବା ଦେଖିବାକୁ ମିଳିଛି । ଅଭିଯାନର ୨ ମାସ ଭିତରେ କମିଶନରେଟ୍ ପୁଲିସର ବିଭିନ୍ନ ଥାନା ପୁଲିସ ଦିନ ରାତି ଏକ କରି ୬୦ରୁ ଉର୍ଦ୍ଧ ଅପରାଧୀଙ୍କୁ ଧରିବା ସହ ସେମାନଙ୍କଠାରୁ ୩୦୦ ଚୋରା ମୋବାଇଲ, ୧୦୦ରୁ ଉର୍ଦ୍ଧ ବାଇକ, କୋଟି କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗାର, ମଦ, ସୁନା, ରୂପା ଜବତ କରିବାରେ ସଫଳ ହୋଇଛନ୍ତି । ଯାହାଦ୍ୱାରା ଏବେ ଲୁଟ୍, ରାହାଜାନୀ କମିଥିବା ଦେଖାଯାଇଛି ।

 

ଏହାଛଡା ଅପରାଧ ଓ ନିଶା କାରବାରକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ଆରମ୍ଭ କରିଛି ବସ୍ତିକୁ ଚାଲ ଅଭିଯାନରେ ପୁଲିସକୁ ମଧ୍ୟ ସଫଳତା ମିଳିଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡ଼ିସିପି ଉମାଶଙ୍କର ଦାସଙ୍କ ନିଦେ୍ର୍ଧଶକ୍ରମେ ବିଭିନ୍ନ ଥାନାର ଆଇଆଇସି, ଜୋନ୍- ଏସିପି ସମେତ ଅଫିସରମାନେ ନିଜ ନିଜ ଅଞ୍ଚଳର ବସ୍ତି ମାନଙ୍କର ଗଳି କନ୍ଦିରେ ପସି ଲୋକଙ୍କୁ କଡ଼ାକଡ଼ି ଭାବେ ସଚେତନତା କରିବା ସହ ଅପରାଧୀକୁ ଧରିବା ଅଭିଯାନ ଆରମ୍ଭ କରିଛନ୍ତି । ଯାହାଫଳରେ ରାଜଧାନୀରୁ ଅପରାଧୀ ମାନେ ଛାନିଆ ହେବା ସହ ଅପରାଧ ନିପାତ ହେବାରେ ଲାଗିଛି । ଏହି ବସ୍ତିକୁ ଚାଲ ଅଭିଯାନ ଦ୍ୱାରା ଭୁବନେଶ୍ୱରରେ କମିଛି, ଚୋରି, ରାହାଜାନୀ, ଲୁଟ୍, ଡକାୟତୀ ।

 


ସୂଚନା ଥାଉକି, ରାଜଧାନୀରୁ ପ୍ରଥମେ ଅପରାଧ ଓ ନିଶା କାରବାରକୁ ନିପାତ କରିବା ନେଇ ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡ଼ିସିପି ଉମାଶଙ୍କର ଦାସ । ଭୁବନେଶ୍ୱରରେ ଥିବା ସମସ୍ତ ଥାନାର ବଛାବଛା ଅଫିସରଙ୍କୁ ନିଜ ନିଜ ଅଞ୍ଚଳରେ ହେଉଥିବା ଲୁଟ୍, ରାହାଜାନୀ ଭଳି ମାମଲାକୁ ସେମାନେ ଦାୟିତ୍ୱ ନେବେ । ଥାନାର ଅଧିକାରୀ ଓ ଏସିପି ମାନେ ଟିମ ନିଜ ନିଜ ଅଞ୍ଚଳରେ ଥିବା ବସ୍ତି ମାନଙ୍କରେ ଚଢ଼ଉ କରି ଅପରାଧୀଙ୍କ ବିଷୟରେ ଲୋକଙ୍କୁ ସଚେତନତା କରିବା ସହ ବସ୍ତିରେ ଲୁଚି ରହିଥିବା ଅପରାଧୀଙ୍କ ତାଲିକା ବାହାର କରି ସେମାନଙ୍କୁ ଧରିବାକୁ ନିଦେ୍ର୍ଧଶ ରହିଛି । ସିପି ଡ଼ିସିପିଙ୍କ ନିଦେ୍ର୍ଧଶକ୍ରମେ  ସମସ୍ତ ଥାନାର ଅଧିକାରୀ, ଏସିପି ଓ ଅଫିସର ମାନେ ଦିନ ରାତି ଏକ କରି ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରିଛନ୍ତି । ଏହା କରିବା ଦ୍ୱାରା ରାଜଧାନୀରୁ ଅପରାଧ କମିବା ସହ ବହୁ ଚୋରା ମୋବାଇଲ, ବାଇକ, ସୁନା ଜବତ କରାଯାଉଛି ।

Related News