Top Stories

Search here...

News

କମୁଛି ସଂକ୍ରମଣ: ଆଉ ୧୮ ଜୀବନ ନେଲା କରୋନା: ରାଜ୍ୟରୁ ନୂଆ ୯୭୯୩ ପଜିଟିଭ୍ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jun 22, 2021 09:29 PM

ଅନ୍ୟପକ୍ଷରେ ଆଉ ୧୮ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।

 

BBSR Reporters

 


ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନ ହେବ ସଂକ୍ରମଣ ହାର ପୂର୍ବ ଅପେକ୍ଷା କମିଛି । ବିଗତ ୨୪ ଘଂଟାରେ ରାଜ୍ୟରେ ୯୭୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କ ଜୀବନ ନେଇଛି କରୋନା । ରଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୯୭୯୩ ସଂକ୍ରମିତଙ୍କ ମଧ୍ୟରୁ ସଂଘରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ  ୪ ହଜାର ୨୫୯ ଅଛନ୍ତି  । 

 

ଖୋର୍ଦ୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ  ଜିଲ୍ଲାରୁ୧୦୧୮ ମାମଲା ଚିହ୍ନଟ ହୋଇଛି  । ସେହିପରି ଅନୁଗୁଳରେ ୫୨୬, କଟକରେ ୬୪୧, ଝାରୁସୁଗୁଡାରେ ୪୦୪, ନୂଆପଡାରୁ ୪୦୧ ନୂଆ ପଜିଟିଭ ମାମଲା ଆସିଛି  । ଯାଜପୁରରୁ ୩୭୬, ସମ୍ବଲପୁରରେ ୩୫୬, ବଲାଙ୍ଗୀରରୁ ୩୪୨, ପୁରୀରୁ ୩୫୧, ନବରଙ୍ଗପୁରରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । 

 

୨୭ଟି ଜିଲ୍ଲାରେ ୩ ଅଙ୍କ ଉପରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି  । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ ରହିଛି  । ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୫୭ ହଜାର ୫୬୯ଜଣ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୨୧୫ ରହିଛି  । ୪୬ ହଜାର ୨୪୧ ନମୁନା ପରୀକ୍ଷା କରାଯାଇଛି  ।  । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୪ ହଜାର ୮୨୯ ଜଣ  । ଅନ୍ୟପକ୍ଷରେ ଆଉ ୧୮ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।

Related News