Top Stories

Search here...

News

ଅଧିକ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ: ବିଏମସି କମିସନର

Posted On - 1 month ago
Edited By Team BbsrReporters
LAST UPDATED Jun 21, 2021 10:26 PM

 ରାଜଧାନୀରେ ଆଉ ୩ଟି ସ୍ଥାନରେ ୨ୟ ଡୋଜ୍ର ଟିକା ବ୍ୟବସ୍ଥା ହେବ ବୋଲି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହା କହିଛନ୍ତି  ।

 

BBSR Reporters

 

ଭୁବନେଶ୍ୱର: ଅଧିକ କରୋନା ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ  । ଘରୋଇ ହସ୍ପିଟାଲରେ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ  କହିଛନ୍ତି  । ଟିକାକରଣ ପାଇଁ ପୂର୍ବରୁ ୩୨ଟି ଘରୋଇ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିଲା  । ଟିକାର ଅଭାଗ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ  । ତେଣୁ ନୂଆ ଟିକା ଆସିଲେ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ଦିଆଯିବ  ।

 

ବିଏମ୍ସି କମିସନର କହିଛନ୍ତି ଯେ, ଏଯାବତ ଭୁବନେଶ୍ୱରରେ ପାଖାପାଖି ୫ ଲକ୍ଷ ହିତାଧିକାରୀ କରୋନା ଟିକା ନେଇ ସାରିଛନ୍ତି  । ରାଜଧାନୀରେ ଆଉ ୩ଟି ସ୍ଥାନରେ ୨ୟ ଡୋଜ୍ର ଟିକା ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି  । ଏସ୍ପ୍ଲାନେଡ ମଲରେ କରୋନା ଟିକା ଦାନ କାର୍ଯ୍ୟକ୍ରମ ଚାଲିଛି । ଅନ୍ୟ ସରକାରୀ ଏବଂ ବିଏମସି ହସ୍ପିଟାଲରେ ମଧ୍ୟ ଟିକା ଦିଆଯାଉଛି ।
 

Related News