Top Stories

Search here...

News

ଚାଇନାର ଉହାନ ଲ୍ୟାବରୁ ସୃଷ୍ଟି ହୋଇଛି କରୋନା ଭାଇରସ: ରିପୋର୍ଟ

Posted On - 1 month ago
Edited By Team BbsrReporters
LAST UPDATED Sep 18, 2021 09:26 PM

ଉହାନ ଲ୍ୟାବରେ ଚାଇନାର ବୈଜ୍ଞାନିକମାନେ କରୋନା ଭାଇରସ ଦ୍ୱାରା ମଣିଷକୁ ସଂକ୍ରମିତ କରିବା ପାଇଁ ଏହାକୁ ବିକଶିତ କରିବା ଉପରେ କାର୍ଯ୍ୟ କରୁଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

 

BBSR Reporters


ୱାଶିଂଟନ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ  ପୁଣି ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି । ଚାଇନାର ଉହାନରେ ଥିବା  ଏକ ଲ୍ୟାବ୍ରୁ ହିଁ ଲିକ୍ ହୋଇଥିବା ଆମେରିକାର ରିପବ୍ଲିକାନ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି ।


ରିପବ୍ଲିକାନ୍ସ ରିପୋର୍ଟରେ ମାଂସ ବଜାରରୁ ଏହି ଭାଇରସର ଉତ୍ପତ୍ତି ହୋଇଥିବା ଖବରକୁ ଖାରଜ କରାଯାଇଛି । ଏଥିରେ କୁହାଯାଏ ଯେ ସେପ୍ଟେମ୍ବର ପୂର୍ବରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଏହା ଲିକ୍ ହୋଇଥିବାର ଯଥେଷ୍ଟ ପ୍ରମାଣ ରହିଛି । ଲିକ୍ ହେବାର ବହୁ ମାସ ପରେ ଏହି ରୋଗ ଲୋକ ଲୋଚନାକୁ ଆସିଥିଲା । 

 

ଆମେ ବର୍ତ୍ତମାନ ବିଶ୍ୱବାସୀଙ୍କୁ କହିବାକୁ ଚାହୁଁଛୁ ଯେ ଉହାନର ମାଂସ ବଜାରକୁ କରୋନାର ଉତ୍ପତ୍ତି ସ୍ଥଳ ଭାବେ ବିଚେଚନା କରାଯିବା ଠିକ୍ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି । ଏହି ଦାବିକୁ ଅଗ୍ରାହ୍ୟ କରିବାର ସମୟ ଆସି ଯାଇଛି । ଆମ ପାଖରେ ଏମିତି କିଛି ପ୍ରମାଣ ରହିଛି ଯେ ଯାହା କରୋନା ଭୂତାଣୁ ଉହାନ ଲ୍ୟାବରୁ ଲିକ୍ ହୋଇଥିବା ଦାବିକୁ ସ୍ପଷ୍ଟ କରୁଛି । ଏହା ୨୦୧୯ ମସିହା ସେପ୍ଟମ୍ବର ୧୨ର କିଛି ଦିନ ପୂର୍ବରୁ ଲିକ୍ ହୋଇଥିଲା । ଏହାପରେ ସମଗ୍ର ବିଶ୍ୱକୁ ଧୀରେଧୀରେ ବ୍ୟାପିଥିଲା ବୋଲି କୁହାଯାଇଛି ।

 

ବୈଦେଶିକ ବ୍ୟାପାର କମିଟିର ବରିଷ୍ଠ ରିପବ୍ଲିକାନ୍ ମାଇକ୍ ମ୍ୟାକକାଲ୍ ରିପବ୍ଲିକାନ୍ ପ୍ୟାନେଲର କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟକୁ ରିଲିଜ କରିଛନ୍ତି । ଏଥି ସହିତ ସେ କୋଭିଡ-୧୯ର ଉତ୍ପତ୍ତି ବିଷୟରେ ଦ୍ୱିପାକ୍ଷିକ ତଦନ୍ତ ପାଇଁ ଆହ୍ୱାନ କରିଛନ୍ତି ।

 

ରିପବ୍ଲିକାନ୍ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ଯେଉଁ ଲ୍ୟାବରୁ ଏହା ଲିକ୍ ହୋଇଛି, ସେଠାରେ ସୁରକ୍ଷା ପ୍ରୋଟୋକଲ୍ ଠିକ୍ ନଥିଲା । ଉହାନ ଲ୍ୟାବରେ ଚାଇନାର ବୈଜ୍ଞାନିକମାନେ କରୋନା ଭାଇରସ ଦ୍ୱାରା ମଣିଷକୁ ସଂକ୍ରମିତ କରିବା ପାଇଁ ଏହାକୁ ବିକଶିତ କରିବା ଉପରେ କାର୍ଯ୍ୟ କରୁଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

 

ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଉଭୟ ଆମେରିକା ଓ ଚାଇନା ସରକାର ଆର୍ଥôକ ସହାୟତା କରୁଥିଲେ । ଆମେରିକାର ଶୀର୍ଷ ସଂକ୍ରାମକ ରୋଗର ବିଶେଷଜ୍ଞ ଡା ଆନ୍େଥାନୀ ଫସି ମଧ୍ୟ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ହଜାର ହଜାର ଡଲାରର ପାଣ୍ଠି ଯୋଗାଇ ଦିଆଯାଇଥିବା ସ୍ୱୀକାର କରିଥିଲେ । ତେଣୁ ଏହି ଅର୍ଥରେ କରୋନା ଭାଇରସ ଉପରେ ପରୀକ୍ଷା କରାଯାଉଥିବା କୁହାଯାଉଛି ।

 


 

Related News