Top Stories

Search here...

News

କରୋନା ସ୍ପେଶାଲ ଅଫର ନାରେ ହେଉଛି  ସାଇବର ଠକେଇ 

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 12:03 AM

ଏହି ଠକମାନଙ୍କ ଠାରୁ ଦୂରେଇ ରହିବା ପାଇଁ କ୍ରାଇମବ୍ରାଞ୍ଚ ଲୋକଙ୍କୁ ସତର୍କତା ଭାବେ ନିଷ୍ପତି ନେବାକୁ କହିଛି ।

 

BBSR Reporters

 

 

ଭୁବନେଶ୍ୱର: ‘କରୋନା’ ଭୂତାଣୁର ଦ୍ୱିତୀୟ ଲହରକୁ ନେଇ ସାରା ଦେଶ ଏବେ ସ୍ତବ୍ଧ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକେ ‘କରୋନା’ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ତତ୍ପର  । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ସପ୍ତାହନ୍ତ ଶଟଡାଉନ ଓ ନାଇଟ   କର୍ଫୁ୍ୟ ଆରମ୍ଭ ହୋଇଛି । ଏହି ସମୟରେ ଲୋକେ ଘରେ ବସି ଅନଲାଇନ  ଜରିଆରେ ସତର୍କର୍ତା ଉପାୟ ଜାଣିବାକୁ ଚେଷ୍ଟା କରୁଛନ୍ତି । ଏହି ସୁଯୋଗର ଫାଇଦା ନେବାକୁ ଯାଇ ସାଇବର ଠକମାନେ ଏବେ ପୁଣି ଚେଇଁ ଉଠିଛନ୍ତି ।

 


ଏମାନେ ‘କରୋନା’ ସମ୍ପର୍କିତ ବିଭିନ୍ନ ପ୍ରକାର ଫେକ୍ଆପ୍କୁ ପୁଣି ସକ୍ରିୟ କରୁଛନ୍ତି । ଏହାକୁ ଡାଉନଲୋଡ଼ କରିବା ପାଇଁ ଲୋକଙ୍କୁ ମେସେଜ୍ କରୁଛନ୍ତି । ପରବର୍ତ୍ତୀ ସମୟରେ ସେମାନେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରି ସେମାନଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି । ସେହିପରି ସାଇବର ଠକମାନେ ଅନଲାଇନରେ  ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରିର ଫେକ୍ ୱେବସାଇଟ୍ ଖୋଲି କରୋନା ସ୍ପେଶାଲ ଅଫରରେ ସାମଗ୍ରୀ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି । ୱେବସାଇଟ୍ ଜରିଆରେ ସେମାନେ ଲୋକଙ୍କ ଠାରୁ ଟଙ୍କା ନେଇ ପରବର୍ତ୍ତୀ ସମୟରେ ଉଭାନ ହୋଇଯାଉଛନ୍ତି । ଏମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଗତବର୍ଷ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ଆଡ୍ଭାଇଜରିକୁ ମାନିବାକୁ ରାଜ୍ୟର ଜଣେ ସାଇବର ବିଶେଷଜ୍ଞ ମତ ଦେଇଛନ୍ତି ।

 


 ଆଡଭାଇଜରୀରେ ସାଇବର ଠକମାନେ ସରକାରୀ ସଂସ୍ଥା ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନାମରେ କୋଭିଡ୍-୧୯, ସ୍ୱାସ୍ଥ୍ୟ  ଆଡଭାଇଜରୀ  ଓ ଇ-ବୁକ୍ସ ଭଳି ଅନେକ ଫେକ୍ ଡକୁ୍ୟମେଣ୍ଟ ପ୍ରସ୍ତୁତ କରି ଲୋକଙ୍କୁ ଅନ୍ଲାଇନରେ  ପଠାଉଛନ୍ତି । ସେହିପରି ଫେକ୍ କରୋନା ମ୍ୟାପ୍, ରିଅଲ ଟାଇମ୍ କରୋନା ଭାଇରସ ଟ୍ରାକିଂ ଆପ୍, କରୋନା ଆଣ୍ଟିଭାଇରସ ଓ ଫେକ୍ ୱେବସାଇଟ୍ ତିଆରି କରୁଛନ୍ତି । ଏହାସହ ଅନ୍ଲାଇନରେ  ଫେକ୍ ସପିଂ ପୋର୍ଟାଲ ଖୋଲି ମାସ୍କ, ସାନିଟାଇଜର ଓ ଭ୍ୟାକ୍ସିନ୍ ବିକ୍ରି କରିବାର ଲୋଭ ଦେଖାଉଛନ୍ତି ।

 


ସେହିପରି ଏହି ଠକମାନେ ‘କରୋନା’ ସମ୍ପର୍କରେ ୱାଟ୍ସଆପ୍  ଓ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଫେକ୍ ନୁ୍ୟଜ ସେୟାର କରୁଛନ୍ତି । ଏହି ସାଇବର ଠକମାନେ ଯଦି ଲୋକଙ୍କୁ କାବୁ କରିବାରେ ସଫଳ ହୋଇଗଲେ, ପରବର୍ତ୍ତୀ ସମୟରେ ସେମାନେ ଲୋକଙ୍କ ତଥ୍ୟ ହାସଲ କରିବାରେ ସଫଳ ହେବେ । ଏହି ଠକମାନଙ୍କ ଠାରୁ ଦୂରେଇ ରହିବା ପାଇଁ କ୍ରାଇମବ୍ରାଞ୍ଚ ଲୋକଙ୍କୁ ସତର୍କତା ଭାବେ ନିଷ୍ପତି ନେବାକୁ କହିଛି । ଯେପରି କରୋନା ସମ୍ପର୍କିତ ତଥ୍ୟ ପାଇଁ କେବଳ ସରକାରୀ ୱେବସାଇଟ୍ ବ୍ୟବହାର କରନ୍ତୁ । ମୋବାଇଲ ଯୋଗେ ଅଜଣା ବ୍ୟକ୍ତିଙ୍କୁ ଫାଇନାନ୍ସିଆଲ ତଥ୍ୟ ପ୍ରଦାନ କରନ୍ତୁ ନାହିଁ । ଏହାସହ ସ୍ୱୀକୃତିପ୍ରାପ୍ତ ୱେବସାଇଟ୍ରୁ  ସପିଂ କରିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି ।
   
 

Related News