Top Stories

Search here...

News

କରୋନା ଭାଇରସ: ମାସକ ପାଇଁ ଲକ୍‌ ଡାଉନ୍‌ ହେଲେ ଦେଶର ଜିଡିପି ୨% ହ୍ରାସ ଘଟିବ 

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 09:15 PM

କୋଭିଡ୍‌ ନିୟମକୁ କଡ଼ାକଡ଼ି କରି ରାତ୍ରି କାଳୀନ କର୍ଫ୍ୟୁ ସହ ସ୍ଥାନୀୟ ଲକ୍‌ଡାଉନ୍‌ ଲାଗୁ କରି ସଂକ୍ରମଣ ରୋକିପାରିବେ ବୋଲି ବୋଫା ସିକ୍ୟୁରିଟିଜ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

BBSR Reporters

 

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି  ବଢ଼ିବାରେ ଲାଗିଛି ।  ଗତବର୍ଷ  ଲକଡାଉନ ପାଇଁ   ଭାରତୀୟ  ଅର୍ଥନୀତିର ସୁଧାର ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଏହାର ପୂର୍ବ ଟ୍ରାକ୍ ‌କୁ ଫେରିନାହିଁ। ଏପରି ସ୍ଥଳେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସରକାରଙ୍କ  ଚିନ୍ତାର ପାଲଟିଛି ।  ଏ ପରିସ୍ଥିତି ଅଣାୟତ୍ତ ହେଲେ ଲକଡାଉନ୍‌  ଘୋଷଣା କରାଯିବାର ଆଶଙ୍କା ରହିଛି ।  ଯଦି ପୁଣି ଲକଡାଉନ ଲାଗୁ ହୁଏ  ଭାରତର ଜିଡିପି ହ୍ରାସ ସୁନିଶ୍ଚିତ ବୋଲି କହିଛନ୍ତି ଆମେରିକୀୟ ବ୍ରୋକରେଜ କମ୍ପାନୀ ‘ବୋଫା ସିକ୍ୟୁରିଟିଜ୍‌’ର ବିଶ୍ଲେଷଜ୍ଞମାନେ। ଯଦି ସରକାର ମାସକ ପାଇଁ ବି ଲକଡାଉନ କରନ୍ତି ତଥାପି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ହ୍ରାସ ଘଟିବ ବୋଲି କୁହାଯାଇଛି । ଏଭଳି ସ୍ଥିତିରେ ସରକା ଯଦି ମାସକ ପାଇଁ ଲକ୍‌ ଡାଉନ୍‌ ଲାଗୁ କରନ୍ତି  ତେବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨% ହ୍ରାସ ଘଟିବ ବୋଲି ଆମେରିକୀୟ ବ୍ରୋକ୍‌ରେଜ୍‌ ସଂସ୍ଥା ବୋଫା ସିକ୍ୟୁରିଟିଜ୍‌ ପକ୍ଷରୁ ସତର୍କ କରାଯାଇଛି ।

 

 

ବର୍ତ୍ତମାନ ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ୬ ଗୁଣ ବୃଦ୍ଧି ଘଟି ଏହା ୧.୦୩ ଲକ୍ଷ ଅତିକ୍ରମ କରିଛି। ଏଭଳି ସମୟରେ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଲାଗୁ କରିବା ବଡ଼ ଚିନ୍ତାର ବିଷୟ ହୋଇଛି। ୨୦୨୦ରେ କରୋନା ମହାମାରୀ ପ୍ରଭାବରେ ଦେଶରେ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏବେବି ଦେଶ ସେଥିରୁ ବାହାରି ପାରିନାହିଁ।  ଭାରତର ଅର୍ଥନୀତି କ୍ଷେତ୍ରରେ ସୁଧାର ନିମ୍ନ ସ୍ତରରେ ରହିଛି। ଏହି ସମୟରେ ଯଦି ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ମଧ୍ୟ ଲାଗୁ କରନ୍ତି, ତେବେ ଅର୍ଥନୀତି ଉପରେ ଏହାର ବଡ କୁପ୍ରଭାବ ପଡିବ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କଲେ ବାର୍ଷିକ ଭିତ୍ତିରେ ଦେଶର ଜିଡିପିକୁ ୧୦୦-୨୦୦ ବେସିସ୍‌ ପଏଣ୍ଟ କ୍ଷତି ପହଞ୍ଚାଇବ ବୋଲି ବୋଫା ଆକଳନ କରିଛି।

 


ସୂଚନାଯୋଗ୍ୟ ୨୦୨୦ରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ଯୋଗୁ ଦେଶର ଜିଡିପି ଅଭିବୃଦ୍ଧିରେ ୭% ହ୍ରାସ ଘଟିଥିଲା। ଆର୍ଥିକ କ୍ଷେତ୍ରର ବିଶେଷଜ୍ଞଙ୍କ ମତରେ ୨୦୨୧-୨୨ରେ ଅଭିବୃଦ୍ଧି ଦୁଇ ଅଙ୍କ ରହିବ। ୨୦୨୦ରେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ରୁ ୯୦,୦୦୦ ସ୍ତର ଛୁଇଁବାକୁ ତିନି ମାସ ସମୟ ଲାଗିଥିଲା। ବର୍ତ୍ତମାନ ଏଥିପାଇଁ ମାତ୍ର ୬ ସପ୍ତାହ ସମୟ ଲାଗିଛି। କୋଭିଡ୍‌ ନିୟମକୁ କଡ଼ାକଡ଼ି କରି ରାତ୍ରି କାଳୀନ କର୍ଫ୍ୟୁ ସହ ସ୍ଥାନୀୟ ଲକ୍‌ଡାଉନ୍‌ ଲାଗୁ କରି ସଂକ୍ରମଣ ରୋକିପାରିବେ ବୋଲି ବୋଫା ସିକ୍ୟୁରିଟିଜ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related News