Top Stories

Search here...

News

କରୋନା ସଂକ୍ରମଣକୁ ନେଇ ଆସିଲା ବଡ ରିପୋର୍ଟ; ଏହି ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଅଧିକ ସଂକ୍ରମିତ ହୋଇପାରନ୍ତି

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 05:39 AM

ଦେଶବ୍ୟାପୀ  ହୋଇଥିବା ସିରୋ ପଜିଟିଭିଟି ସର୍ଭେ ଆଧାରରୁ ଏହି ରିପୋର୍ଟ ମିଳିଛି ।

 

BBSR Reporters

 

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଏବେ ସାରା ଦେଶରେ ନିଜର କାୟା  ବିସ୍ତର କରି ଚାଲିଛି । ଏପରି ସ୍ଥଳେ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ମିଳିଛି କିଛି ଗୁରୁତ୍ୱପୂର୍ଣ୍ଣ  ସୂଚନା  । ଦେଶବ୍ୟାପୀ  ହୋଇଥିବା ସିରୋ ପଜିଟିଭିଟି ସର୍ଭେ ଆଧାରରୁ ଏହି ରିପୋର୍ଟ ମିଳିଛି ।

 

ସିଏସଆଇଆର ସୂଚନା ଅନୁଯାୟୀ, ‘ଏବି’ ଓ ‘ବି’ ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ତୁଳନାରେ ଅଧିକ ସଂକ୍ରମିତ  ହେବାର ଆଶଙ୍କା ରହିଛି । ତେଣୁ ଏମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ । ସେହିପରି ‘ଓ’ ବ୍ଲଡଗ୍ରୁପ ଥିବା ବ୍ୟକ୍ତି ଏତେ ଶୀଘ୍ର କରୋନାରେ ଆକ୍ରାନ୍ତ ହେବେ ନାହିଁ । କିନ୍ତୁ ସମସ୍ତଙ୍କୁ କରୋନା ନିୟମ ଯଥାସମ୍ଭବ ପାଳନ କରିବା ନିହାତି ଜରୁରୀ ବୋଲି କୁହାଯାଇଛି । 

 

ଏଥିସହିତ ରିପୋର୍ଟରେ ଉଲ୍ଲେଖ ରହିଛି କି ଆମିଷ ଖାଉଥିବା ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଦେଖାଦେଇଛି । ଏହି କ୍ଷେତ୍ରରେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ସଂକ୍ରମଣ କମ ରହିଛି । କାରଣ ନିରାମିଷ ଖାଦ୍ୟରେ ଫାଇବର ରହିଥାଏ । ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତେଣୁ କରୋନା ସଂକ୍ରମଣ ଆମିଷ ଖାଉଥିବା ଲୋକଙ୍କ ତୁଳନାରେ ନିରାମିଷ ଖାଉଥିବା ଲୋକଙ୍କୁ ଏତେ ଶୀଘ୍ର ସଂକ୍ରମିତ କରି ନଥାଏ ।
 

Related News