Top Stories

Search here...

News

କରୋନା ଭାଇରସ: ଦିନକରେ ରାଜ୍ୟରୁ ୮୭୯ ସଂକ୍ରମିତ ଚିହ୍ନଟ

Posted On - 1 week ago
Edited By Team BbsrReporters
LAST UPDATED Apr 19, 2021 04:56 PM

ସେମାନଙ୍କ ମଧ୍ୟରୁ ୫୧୮ ଜଣ ସଂଘରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଲୋକ ୩୬୧ ଜଣ ଅଛନ୍ତି । 

 

BBSR Reporters


ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥଳେ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୮୦୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୮୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ୫୧୮ ଜଣ ସଂଘରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଲୋକ ୩୬୧ ଜଣ ଅଛନ୍ତି । 

 

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ସଂ୍ରକମିତ ଚିହ୍ନଟ ହୋଇôଥବା ବେଳେ ସୁନ୍ଦରଗଡ଼ରୁ  ୧୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂୁଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ ଆକ୍ଟିଭ ମାମଲା ୪୮୮୮ ରହିଥିବା ବେଳେ ୩ ଲକ୍ଷ ୩୬ ହଜାର ୬୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related News