Top Stories

Search here...

News

ଦେଶରୁ ନୂଆ ୪୨,୬୨୫  ସଂକ୍ରମିତ ଚିହ୍ନଟ; ଆଉ ୫୬୨  ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Sep 21, 2021 02:22 AM

ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଗତକାଲି  ୧୮,୪୭,୫୧୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୪୭,୩୧,୪୨,୩୦୭ ନମୁନା ପରୀକ୍ଷା ସରିଛି । 

 

BBSR Reporters


ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ହାର ସ୍ଥିର ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ  ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୫୬୨ ମୃତ୍ୟୁ ରେକର୍ଡ କରାଯାଇଛି । 

 

ଏହାକୁ ମିଶାଇ ଭାରତରେ ମୋଟ  କୋଭିଡ୍ ସଂକ୍ରମଣ ମାମଲା ୩,୧୭,୬୯,୧୩୨ ଓ ମୃତ୍ୟୁସଂଖ୍ୟା ୪,୨୫,୭୫୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୬୬୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୦୯,୩୩,୦୨୨ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୧୦,୩୫୩ ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସୁଦ୍ଧା ମୋଟ ୪୮,୫୨,୮୬,୫୭୦ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଦିଆଯାଇଛି ୬୨,୫୩,୭୪୧ ଡୋଜ୍ ଟିକା । ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଗତକାଲି  ୧୮,୪୭,୫୧୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୪୭,୩୧,୪୨,୩୦୭ ନମୁନା ପରୀକ୍ଷା ସରିଛି । 
 

Related News