Top Stories

Search here...

News

କମିଲା ସଂକ୍ରମଣ: ଆଉ ୩୭୫୪ ଜୀବନ ନେଲା କରୋନା; ୩ ଲକ୍ଷ ୬୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jun 22, 2021 12:01 PM

ଏବେ ଦେଶରେ ମୋଟ ୩୭,୪୫,୨୩୭ ସକ୍ରିୟ ଆକ୍ରାନ୍ତଙ୍କ ଅଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ସପ୍ତାହଟେ ପରେ ଦେଶରେ କରୋନା ସଂକ୍ରମଣ ୪ ଲକ୍ଷରୁ କମ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩.୬୬ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୭୫୪ ରହିଥିବା ଜଣାପଡ଼ିଛି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ଦେଶରେ ୩,୬୬,୧୬୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ଓ ୩,୭୫୪ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ମୋଟ କୋଭିଡ୍ ସଂକ୍ରମଣ ମାମଲା ୨,୨୬,୬୨,୫୭୫ ଓ ମୃତ୍ୟୁ ସଂଖ୍ୟା ୨,୪୬,୧୧୬ରେ ପହଞ୍ଚିଛି । ଏବେ ଦେଶରେ ମୋଟ ୩୭,୪୫,୨୩୭ ସକ୍ରିୟ ଆକ୍ରାନ୍ତଙ୍କ ଅଛନ୍ତି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୦୧,୭୬,୬୦୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୯ ତାରିଖ ସୁଦ୍ଧା ସମୁଦାୟ ୩୦,୩୭,୫୦,୦୭୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୪,୭୪,୬୦୬ଟି ନମୁନା । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୮୧୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୮୬,୭୧,୨୨୨ରେ ପହଞ୍ଚିଛି ।
 

Related News