Top Stories

Search here...

News

ଲକଡାଉନ ପାଇଁ କମୁଛି ସଂକ୍ରମଣ: ଦେଶରୁ ନୂଆ ୩.୨୯ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୩୮୭୬ ମୃତ

Posted On - 1 month ago
Edited By Team BbsrReporters
LAST UPDATED Jun 22, 2021 06:08 AM

ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୧୫,୨୨୧ ।

 

BBSR Reporters

 


ନୂଆଦିଲ୍ଲୀ: ସଂକମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲକଡାଉନ ଜାରି କରାଯାଥିବା ଯୋଗୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩.୨୯ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୮୭୬ ରହିଥିବା ଜଣାପଡ଼ିଛି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ  ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୯,୯୪୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୮୭୬ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୨୯,୯୨,୫୧୭ ଓ ମୃତ୍ୟୁସଂଖ୍ୟା ୨,୪୯,୯୯୨ରେ ପହଞ୍ଚିଛି ।

 

ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୧୫,୨୨୧ । ଗତ ୨୪ ଘଣ୍ଟା ମଧ୍ୟରେ ୩,୫୬,୦୮୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୯୦,୨୭,୩୦୪ରେ ପହଞ୍ଚିଛି ।

 

 କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୨୭,୧୦,୦୬୬ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ସେହିପରି ମେ ୧୦ ତାରିଖ ସୁଦ୍ଧା ସମୁଦାୟ ୩୦,୫୬,୦୦,୧୮୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୫୦,୧୧୦ଟି ନମୁନା ।
 

Related News