Top Stories

Search here...

News

କମୁଛି ସଂକ୍ରମଣ: ଦେଶରୁ ୫୮,୪୧୯ ନୂଆ ସଂକ୍ରମିତ ଚିହ୍ନଟ; ଆଉ ୧୫୭୬ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 10:51 AM

ଦୀର୍ଘ ୮୧ ଦିନ ପରେ ଆଜି ସଂକ୍ରମଣ ସଂଖ୍ୟା ୬୦ ହଜାରରୁ କମ୍ ଥିବା ରେକର୍ଡ କରାଯାଇଛି ।

 

BBSR Reporters

 

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୬୦ ହଜାରରରୁ କମ୍ ରହିଛି । ସେହିପରି  ମୃତ୍ୟୁସଂଖ୍ୟା ୧.୫ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି ।

 

 ଦୀର୍ଘ ୮୧ ଦିନ ପରେ ଆଜି ସଂକ୍ରମଣ ସଂଖ୍ୟା ୬୦ ହଜାରରୁ କମ୍ ଥିବା ରେକର୍ଡ କରାଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ,  ରବିବାର  ଦେଶରୁ ୫୮,୪୧୯  ନୂଆ କରୋନା ସଂକ୍ରମଣ ଓ ୧,୫୭୬ ମୃତ୍ୟୁ ରେକର୍ଡ କରାଯାଇଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୯୮,୮୧,୯୬୫ ଓ ମୃତ୍ୟୁସଂଖ୍ୟା ୩,୮୬,୭୧୩ରେ ପହଞ୍ଚିଛି ।

 


ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୮୭,୬୧୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୮୭,୬୬,୦୦୯ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୨୯,୨୪୩ । ଏବେ ସୁଦ୍ଧାେ ୨୭,୬୬,୯୩,୫୭୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ଭୂତାଣୁଜନିତ ରୋଗ ଚିହ୍ନଟ ମୋଟ  ୩୯,୧୦,୧୯,୦୮୩ ନମୁନା ପରୀକ୍ଷା ସରିଥିବା ସୂଚନା ମିଳିଛି ।
 

Related News