Top Stories

Search here...

News

୧୫ ତଳକୁ ଖସିଲା ମୃତ୍ୟ ସଂଖ୍ୟା; ଦେଶରୁ ନୂଆ ୫୩, ୨୫୬ ସଂକ୍ରମିତ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jul 29, 2021 03:10 AM

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି ।

 

BBSR Reporters


ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବା ବେଳେ ଏହା ୧୫ ଶହ ତଳକୁ ଖସିଆସିଛି । ୮୮ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୩, ୨୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେହିପରି ଦେଶରୁ ଆଉ ୧୪୨୨ ଜଣଙ୍କ ଜୀବନ ଯାଇଛି । 

 

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି । ମୋଟ ଉପରେ  ୩୦,୩୯,୯୯୬ ଲୋକ ଟିକା ନେଇଛନ୍ତି ।  ଏହାକୁ ମିଶାଇ ଜାନୁଆରୀ ୧୬ରୁ ଇତି ମଧ୍ୟରେ ମୋଟ ୨୮,୦୦,୩୬,୮୯୮ ଡୋଜ୍ ଟିକାକରଣ ହେଲାଛଇ । । 


ସେହିପରି ଗୋଟିଏ ଦିନରେ କରୋନା ଆଉ ୧୪୨୨ ଜଣଙ୍କ ମୁଣ୍ଡ ନେଇଛି । ଗତକାଲି ଏହା ୧୫୭୬ ଥିଲା । ନୂଆ ମୃତକଙ୍କୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୮,୧୩୫ ଛୁଇଁଛି । ଦେଶରେ କ୍ରମାଗତ ୩୯ ଦିନ ହେଲା ସଂକ୍ରମିତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି ।

 

ଦିନକରେ ୧୩,୮୮,୬୯୯ଟି ନମୁନା ପରୀକ୍ଷା କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଆଉ ୭୮,୧୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।  ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୪୪,୧୯୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ୭,୦୨,୮୮୭ ରହିଛି । ଗତକାଲି ତୁଳନାରେ ସକ୍ରିୟ ମାମଲାରେ ୨୬,୩୫୬ ହ୍ରାସ ଘଟିଛି ।

 

କେରଳରେ ସର୍ବାଧିକ ୧୧,୬୪୭, ମହାରାଷ୍ଟ୍ରରେ ୯,୩୬୧, ତାମିଲନାଡୁରେ ୭,୮୧୭, ଆନ୍ଧ୍ରରେ ୫,୬୪୬ ଓ କର୍ଣ୍ଣାଟକାରେ ସର୍ବାଧିକ ୪,୫୧୭ ପଜିଟିଭ ଚିହ୍ନଟ ହୋଇଛନ୍ତିି ।  ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୬୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ୧୮୨ ମୃତ୍ୟୁସହ ତାମିଲନାଡୁ ରହିଛି ।

Related News