Top Stories

Search here...

News

କମୁଛି ସଂକ୍ରମଣ: ଆଉ ୧୧୬୭ ଜୀବନ ନେଲା କରୋନା: ଦେଶରୁ ନୂଆ ୪୨୬୪୦ ସଂକ୍ରମିତ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Aug 02, 2021 11:41 PM

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୭୭,୮୬୧କୁ ବୃଦ୍ଧି ପାଇଛି ।

 

BBSR Reporters


ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିବା ବେଳେ ଦୀର୍ଘ ମାସଟେ ପରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି ।  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୨,୬୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଦୀର୍ଘ ୯୧ ଦିନ ପରେ ଗୋଟିଏ ଦିନରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଛି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୭୭,୮୬୧କୁ ବୃଦ୍ଧି ପାଇଛି ।

 

ସେହିପରି ଗୋଟିଏ ଦିନରେ କରୋନା ଆଉ ୧୧୬୭ ଜଣଙ୍କ ମୁଣ୍ଡ ନେଇଛି । ନୂଆ ମୃତକଙ୍କୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୯,୩୦୨ ଛୁଇଁଛି । ଦେଶରେ କ୍ରମାଗତ ୪୦ ଦିନ ହେଲା ସଂକ୍ରମିତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି ।

 

ଗତକାଲିଠାରୁ ଦେଶରେ ଟିକାରକରଣର ମହାଭିଯାନ ଆରମ୍ଭ ହୋଇଥିବା ବେଳେ ଦିନକରେ ୮୬,୧୬,୩୭୩ ଡୋଜ୍ ଟିକାକରଣ କରି ଭାରତ ସାରା ବିଶ୍ୱରେ ରେକର୍ଡ କରିଛି । ଏହିକ୍ରମରେ କ୍ୟାମ୍ପେନ ମୋଡରେ ସମଗ୍ର ଦେଶରେ ଟିକାକରଣର କରାଯାଉଛି । ଭାଇରସ ନୂଆ ରୂପ ନେବା ପୂର୍ବରୁ ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ଦେବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୬ରୁ ଇତି ମଧ୍ୟରେ ମୋଟ ୨୮,୮୭,୬୬,୨୦୧ ଡୋଜ୍ର ଟିକାକରଣ ଶେଷ ହେଲାଣି ।

 

୨୪ ଘଣ୍ଟା ମଧ୍ୟରେ ଆଉ ୮୧,୮୩୯ ଜଣ କରୋନାକୁ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୯,୨୬,୦୩୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ୬,୬୨,୫୨୧ ରହିଛି । ଦୀର୍ଘ ୭୯ ଦିନ ପରେ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ ତଳକୁ ଖସିଛି । 
 

Related News