Top Stories

Search here...

News

ଦେଶରୁ ନୂଆ ୫୦,୮୪୮ ସଂକ୍ରମିତ ଚିହ୍ନଟ; ଆଉ ୧,୩୫୮  ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 06:50 AM

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୦,୨୮,୭୦୯ ଓ ମୃତ୍ୟୁସଂଖ୍ୟା ୩,୯୦,୬୬୦ରେ ପହଞ୍ଚିଛି ।

 

BBSR Reporters


ନୂଆଦିଲ୍ଲୀ: ଦେଶରେ କରୋନେ ସଂକ୍ରମଣ କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ ଅଧିକ ରହିଛି । ସେହିପରି ମୃତ୍ୟୁସଂଖ୍ୟା ୧୩ ଶହରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ଦେଶରେ ୫୦,୮୪୮  ନୂତନ ସଂକ୍ରମଣ ଓ ୧,୩୫୮ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୦,୨୮,୭୦୯ ଓ ମୃତ୍ୟୁସଂଖ୍ୟା ୩,୯୦,୬୬୦ରେ ପହଞ୍ଚିଛି ।

 

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୧୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ମୋଟ ସୁସ୍ଥତାସଂଖ୍ୟା ୨,୮୯,୯୪,୮୫୫ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬,୪୩,୧୯୪ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୯,୪୬,୩୯,୫୧୧ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୦ ତାରିଖ ସୁଦ୍ଧା ସମୁଦାୟ ୩୯,୫୯,୭୩,୧୯୮ ନମୁନା ପରୀକ୍ଷା ସରିଛି । 
 

Related News