Top Stories

Search here...

News

ଦେଶରୁ ନୂଆ ୪୩,୬୫୪ ସଂକ୍ରମିତ ଚିହ୍ନଟ;  ଆଉ ୬୪୦ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Sep 22, 2021 02:07 AM

ଏହାକୁ  ମିଶାଇ ଭାରତରେ ମୋଟ  କୋଭିଡ୍ ସଂକ୍ରମଣ ମାମଲା ୩୧,୫୨୮,୧୧୪ ଓ ମୃତ୍ୟୁସଂଖ୍ୟା ୪,୨୨,୬୬୨ରେ ପହଞ୍ଚିଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୬ ଶହରୁ ଅଧିକ ରହିଛି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୪୩,୬୫୪ କରୋନା  ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ସଂକ୍ରମଣରେ ଆଉ  ୬୪୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଏହାକୁ  ମିଶାଇ ଭାରତରେ ମୋଟ  କୋଭିଡ୍ ସଂକ୍ରମଣ ମାମଲା ୩୧,୫୨୮,୧୧୪ ଓ ମୃତ୍ୟୁସଂଖ୍ୟା ୪,୨୨,୬୬୨ରେ ପହଞ୍ଚିଛି ।


ଗତ ୨୪ ଘଣ୍ଟା ମଧ୍ୟରେ ୩୮,୪୬୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୦୭,୦୧,୬୧୨ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୯୯,୪୩୬ । ଗତକାଲି ସୁଦ୍ଧା ମୋଟ ୪୫,୦୭,୦୬,୨୫୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁଲାଇ ୨୮ ତାରିଖ ସୁଦ୍ଧା ସମୁଦାୟ ୪୬,୨୬,୨୯,୭୭୩ ନମୁନା ପରୀକ୍ଷା ସରିଛି । 
 

Related News