Top Stories

Search here...

News

ଦେଶରୁ ୪୬,୬୧୭ ନୂଆ ସଂକ୍ରମିତ ଚିହ୍ନଟ; ଆଉ  ୮୫୩  ଜୀବନ ନେଲା କରୋନା

Posted On - 2 months ago
Edited By Team BbsrReporters
LAST UPDATED Sep 22, 2021 09:54 AM

ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୪,୫୮,୨୫୧ ଓ ମୃତ୍ୟୁ ସଂଖ୍ୟା ୪,୦୦,୩୧୨ରେ ପହଞ୍ଚିଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ମହାମାରୀ ସଂକ୍ରମଣ ସଂଖ୍ୟା ୪୭ ହଜାରରୁ କମ ରହିଥିବା  ବେଳେ ମୃତ୍ୟୁସଂଖ୍ୟା ୧ ହଜାର ତଳକୁ ରହିଛି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୬୧୭ କରୋନା ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୮୫୩ ମୃତ୍ୟୁ ରେକର୍ଡ କରାଯାଇଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୪,୫୮,୨୫୧ ଓ ମୃତ୍ୟୁସଂଖ୍ୟା ୪,୦୦,୩୧୨ରେ ପହଞ୍ଚିଛି ।

 

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୫୯,୩୮୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୯୫,୪୮,୩୦୨ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୦୦,୩୧୨ ।

 

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୪,୦୦,୭୬,୨୩୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ସମୁଦାୟ ୪୧,୪୨,୫୧,୫୨୦ ନମୁନା ପରୀକ୍ଷା ସରିଛି । 
 

Related News