Top Stories

Search here...

News

ଦେଶରୁ ନୂଆ ୪୧,୬୪୯  ସଂକ୍ରମିତ ଚିହ୍ନଟ; ଆଉ ୫୯୩ ଜୀବନ ନେଲା କରୋନା

Posted On - 1 month ago
Edited By Team BbsrReporters
LAST UPDATED Sep 16, 2021 09:08 PM

ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୬,୧୫,୧୮,୪୭୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

 

BBSR Reporters


ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୪୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତ ଓ ୫୯୩ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୬,୧୩,୯୯୩ ଓ ମୃତ୍ୟୁସଂଖ୍ୟା ୪,୨୩,୮୧୦ରେ ପହଞ୍ଚିଛି ।

 

ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୨୯୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ମୋଟ ସୁସ୍ଥତା ସଂଖ୍ୟା ୩,୦୭,୮୧,୨୬୩ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୦୫,୯୨୦ । 

 

ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୬,୧୫,୧୮,୪୭୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁଲାଇ ୩୦ ତାରିଖ ସୁଦ୍ଧା ସମୁଦାୟ ୪୬,୬୪,୨୭,୦୩୮ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୭,୭୬,୩୧୫ଟି ନମୁନା ।

Related News